ଜାନୁଆରୀ ୨୦୨୫ରେ ହିତାଧିକାରୀଙ୍କୁ ମିଳିବ ମାସିକିଆ ପିଡିଏସ୍ ରାସନ କାର୍ଡ

Odisha News: ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ସରକାରୀ ଗୋଦାମରୁ ପିଡ଼ିଏସ୍‌ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ଉଠାଣ ଓ ବଣ୍ଟନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ମର୍ମରେ ଗତ ୬ ତାରିଖରୁ ସରକାରୀ ଗୋଦାମଗୁଡ଼ିକରୁ ଡିଲରମାନେ ଚାଉଳ ଉଠାଣ ଜାରି ରଖିଛନ୍ତି ।

ଗତ ୧୪ ଦିନ ମଧ୍ୟରେ ଉଭୟ ନବରଙ୍ଗପୁର ଏବଂ ଦେବଗଡ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲା ପାଇଁ ଧାର୍ଯ୍ୟ ଚାଉଳ ଉଠାଣ ଗତକାଲି ସୁଦ୍ଧା ଶେଷ କରି ସାରିଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ଆଜି ସୁଦ୍ଧା ହିଁ ସେମାନଙ୍କ ନିମନ୍ତେ ଧାର୍ଯ୍ୟ ପିଡ଼ିଏସ୍‌ ଚାଉଳ ଉଠାଣ ଶେଷ କରିବେ । ଏଥି ସହ ରାଜ୍ୟର ଅନେକ ସ୍ଥାନରେ ଡିଲରମାନେ ସରକାରୀ ସୁଲଭ ମୂଲ୍ୟ ଦୋକାନ ତଥା ଡିଲର ପଏଣ୍ଟଠାରେ ହିତାଧିକାରୀମାନଙ୍କୁ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି । ବକିଥିବା ଅନ୍ୟ ଡିଲର ପଏଣ୍ଟ ଠାରେ ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ବଣ୍ଟନ ପ୍ରକ୍ରିୟା ଶେଷ ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ଯୋଗ୍ୟ ହିତାଧିକାରୀମାନେ ସେମାନଙ୍କ ଡିଲର ପଏଣ୍ଟଗୁଡ଼ିକରୁ ଚାଉଳ ନେଇପାରିବେ ।

Odisha News

ହିତାଧିକାରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ମାସିକିଆ ରାସନ‌ ପ୍ରଦାନ କରାଯାଉଅଛି । ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହଙ୍କ ଉପସ୍ଥିତିରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ନିକଟରେ ଅନୁଷ୍ଠିତ ବୈଠକରେ ମାସିକିଆ ରାସନ ପ୍ରଦାନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବା ସହ ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏତଦ୍‌ବ୍ୟତୀତ ହିତାଧିକାରୀମାନଙ୍କ ଇ-କେୱାସି ପ୍ରକ୍ରିୟାକୁ ଆହୁରି ତ୍ଵରାନ୍ନିତ କରି ଆସନ୍ତା ମାସ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+