ଦଳରେ ରହି ଦଳକୁ ଟାର୍ଗେଟ କଲେ ପ୍ରଫୁଲ୍ଲ, କହିଲେ ବିଜେଡି ଧ୍ଵଂସ ହୋଇଯିବ, ଭବିଷ୍ୟତ ନାହିଁ
କଂଗ୍ରେସକୁ ଫେରିପାରନ୍ତି ପୁରୁଖା ନେତା ଡାକ୍ତର ପ୍ରଫୁଲ୍ଲ ମାଝୀ। ଆଜି ସିଏ ଦଳକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। ଆଉ ବିଜେଡି ଓ ବିଜେପି ବିରୋଧରେ ମନଇଚ୍ଛା ବର୍ଷିଛନ୍ତି। ସେ କହିଛନ୍ତି, ବିଜେଡି ଧ୍ୱଂସ ହୋଇଯିବ। କେବଳ ପ୍ରଫୁଲ୍ଲ ମାଝୀ ନୁହଁନ୍ତି, ଅନେକ ଦଳ ଛଡ଼ା ନେତା ଫେରିବାକୁ ଇଙ୍ଗିତ ଦେଇଥିବା ଦେଖିବାକୁ ମିଳିଛି।

ଡାକ୍ତର ମାଝୀ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଯାଇଥିଲି। ମାତ୍ର ତାହା ଯଦି ପୂରଣ ହୋଇପାରିଲାନି। ତେଣୁ ସେହି ଦଳରେ କାହିଁକି ରହିବା? ସେପଟେ ଦେଖିବାକୁ ଗଲେ ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ। ଏବେ କିନ୍ତୁ ବିଜେଡିରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଳର ଭବିଷ୍ୟତ କିଛି ନାହିଁ। ଫୋନ୍ କଲେ କେହି ଉଠାନ୍ତି ନାହିଁ ବୋଲି ଡାକ୍ତର ମାଝୀ କହିଛନ୍ତି।












Click it and Unblock the Notifications