Get Updates
Get notified of breaking news, exclusive insights, and must-see stories!

ଭିକାରୀ ମୁକ୍ତ ହେବ ରାଜଧାନୀ; ଏଣିକି ଭୁବନେଶ୍ୱରରେ ଭିକ ମାଗିଲେ ଉଠେଇନେବ ବିଏମସି

ଭିକାରୀ ମୁକ୍ତ ହେବ ରାଜଧାନୀ । ଏଣିକି ଭୁବନେଶ୍ୱରରେ ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗି ପାରିବେନି ଭିକାରୀ। କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ବିଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଂଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି । ପ୍ରତି କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି ।ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ ।

BEGGER_FREE_BMC

ଏହା ସହ କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । ଯଦି ତାଙ୍କ ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁଣି ଭିକ୍ଷାବୃତ୍ତି ପାଇଁ ପଠାନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କହିଛି ।

ପୂଜା ପୂର୍ବରୁ ଦର୍ଶନାର୍ଥୀ ଯେପରି ଅସୁବିଧାର ସାମ୍ନା ନ କରନ୍ତୁ ସେଥିପାଇଁ ଏହି ନିଷ୍ପତ୍ତି ନେଇଛି ବିଏମସି । ରାସ୍ତାରେ କିମ୍ବା ମନ୍ଦିର ଆଖପାଖରେ ଭିକ ମାଗୁଥିବା ଦେଖିଲେ ଉଠାଇନେବ ବିଏମସି । ଭିକାରୀ ମାନଙ୍କୁ ଥଇଥାନ କେନ୍ଦ୍ରରେ ରଖାଯିବ ।

ସେହିପରି ଆଗରୁ ଭିକାରୀ ମାନେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ଏନେଇ ଟ୍ରେନିଂ ମଧ୍ୟ ଦିଆଯାଇଥିଲା । ଫିନାଇଲ ପ୍ରସ୍ତୁତି, ପାପଛ, କପଡ଼ାରେ ତିଆରି ସାମଗ୍ରୀ ଆଦି ପ୍ରସ୍ତୁତ କରି ସେମାନଙ୍କ ସାମଗ୍ରୀ ବଜାର ବିକ୍ରି କରାଯାଇ ପ୍ରଦାନ କରାଯାଉଛି । ସେଲଟର ହୋମରେ ପୂର୍ବରୁ ଅନେକ ଭିକାରୀ ଓ ମାନସିକ ବିକାରଗ୍ରସ୍ତଙ୍କୁ ସୁସ୍ଥ କରିବା ସହ ତାଲିମ ଦେଇ ଘରେ ପହଞ୍ଚାଇଥିଲା ଏକ ସମିତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+