ଭାରତ ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ, ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭାରତ ଇଂଲଣ୍ଡ ଏକ ଦିବସୀୟ କ୍ରିକେଟ ମ୍ୟାଚ୍। ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମ୍ୟାଚ୍ ପ୍ରସ୍ତୁତି ନେଇ କରିବେ ଅନୁଧ୍ୟାନ । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ।

mohan charan majhi

ଅନ୍ୟପଟେ ବଦଳିଲା ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ। ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କଣ୍ଟେନର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି ଭିତରକୁ ନିଆଯାଇଛି କାଉଣ୍ଟର ଗୁଡ଼ିକୁ । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଓସିଏର ପ୍ରିନ୍ସିପାଲ କନସଲଟାଣ୍ଟ ବିଷ୍ଣୁ ପ୍ରସାଦ ମହାପାତ୍ର ଉପସ୍ଥିତ ରହି ଏହି କାମର ତଦାରଖ କରିଥିଲେ । ଏଥର ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ସ୍ଵତନ୍ତ୍ର ଲାଇନ୍ ରେ ଛିଡା ହୋଇ ଟିକେଟ କିଣିବେ ମହିଳା । ପ୍ରତି ତିନୋଟି ପୁରୁଷ କାଉଣ୍ଟରରେ ଗୋଟିଏ ମହିଳା କାଉଣ୍ଟର ରହିବ । ମୋଟ ଛଅଟି ଟିକେଟ କାଉଣ୍ଟରରେ ବିକ୍ରି ହେବ ଟିକେଟ । ଆସନ୍ତା ଫେବୃୟାରୀ ଦୁଇ ତାରିଖରୁ ଅନ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ । ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+