ନାମାଙ୍କନ ଭରିବା ପୂର୍ବରୁ ମା ତାରାତାରିଣୀ ପୀଠରେ ପୂଜାର୍ଚ୍ଚନା କଲେ ନବୀନ

ଆଜି ହିଞ୍ଜିଳିରୁ ନିଜ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ତାରାତାରିଣୀ ମନ୍ଦିରରେ ପହଂଚିଲେ ବିଜେଡି ସୁପ୍ରିମୋ । ସାଙ୍ଗରେ ୫ଟି ଅଧ୍ୟକ୍ଷ ରହିଛନ୍ତି । ପାଖାପାଖା ୧୫ ମିନିଟର ପୁଜାର୍ଚ୍ଚନା କରାଯାଇଥିଲା । ମନ୍ତ୍ର ପାଠ କରି ସ୍ୱାଗତ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ମାଙ୍କ ମନ୍ଦିରରେ ଦ୍ୱୀପ ପ୍ରଜ୍ଜଳନ କରିବା ସହ ମାଙ୍କ ଆର୍ଶିବାଦ ଲୋଡିଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ।

naveen patnaik

ପ୍ରଥମେ ମାଆଙ୍କୁ ଦର୍ଶନ କରିଛନ୍ତି ପରେ ଛତ୍ରପୁର ଯାଇ ସେଠାରେ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ କରାଯାଇଛି । ଦକ୍ଷିଣାଂଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ୨୦୦୦ ମସିହାରୁ ଲଗାତର ଭାବେ ହିଞ୍ଜିଳି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+