ହୋଟେଲରେ ଗୋମାଂସ ମାମଲା ; ଆକ୍ସନ ମୁଡ଼ରେ ଜିଲ୍ଲା ପ୍ରଶାସନ, ସିଲ ହେଲା ହୋଟେଲ

ହୋଟେଲ୍‌ ସିଲ୍‌ । ଗୋ ମାଂସ ପରଷିବା ଅଭିଯୋଗରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ଛକରେ ଥିବା ଜୟା ହୋଟେଲ୍‌କୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। ଏହାସହିତ ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି ।

Beef case in hotel

ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜୟା ହୋଟେଲ୍‌ ମାଲିକ ଗୋମାଂସ କିଣୁଥିବାର ଜଣେ ବେପାରୀ କହୁଥିଲେ । ଯାହାପରେ ପୁରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ପୁରୀ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ହୋଟେଲ୍‌କୁ ସିଲ୍‌ କରାଯାଇଥିଲା । ଏହାସହ ଖାଦ୍ୟର ନମୁନା ଯାଞ୍ଚ ପାଇଁ ପଠାଯାଇଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୁରୀ ଏସ୍‌ପି ବିନୀତ ଅଗ୍ରଓ୍ୱାଲ୍‌ କହିଛନ୍ତି ଯେ, ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓର ଯାଞ୍ଚ କରାଯିବ। ଏହାପରେ ତ୍ୱରିତ ଆକ୍ସନ ନିଆଯିବ। ପୁରୀ ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆସିବା ପରେ ସେଠାରେ ଚଢ଼ାଉ କରାଯାଇଛି। ସତ୍ୟବାଦୀ ଥାନା ଅଧିକାରୀଙ୍କ ନାଁରେ ଏନେଇ ଅଭିଯୋଗ ଆସିବା ପରେ ପୋଲିସ ହେଡ୍ କ୍ବାଟରକୁ ତାଙ୍କୁ ପଠାଯାଇଛି। ଗୋ ଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁରୀ ପୋଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+