Get Updates
Get notified of breaking news, exclusive insights, and must-see stories!

ମହୁଚାଷ କରି ସ୍ୱାବଲମ୍ବୀ ହେବେ ମହିଳା

Bee Farming In Odisha:ମିଶନ ଶକ୍ତି ମାଧ୍ୟମରେ ଅନେକ ମହିଳା ରୋଜଗାରକ୍ଷମ ହୋଇପାରୁଛନ୍ତି

ବାରିପଦା: ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷପ ଗ୍ରହଣ କରାଯାଉଛି । ମିଶନ ଶକ୍ତି ମାଧ୍ୟମରେ ଅନେକ ମହିଳା ରୋଜଗାରକ୍ଷମ ହୋଇପାରୁଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟରେ ମହିଳାଙ୍କୁ ତାଲିମ ଦେବା ସହିତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଫଳରେ ଆଜି ରାଜ୍ୟର ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ଓଆରମାସ, ଓଡ଼ିଆ ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ ପ୍ରଥମ ଥର କରାଯାଉଛି ମହୁଚାଷ । ବ୍ଲକର ଦୁଇଟି ପଞ୍ଚାୟତର ୬ଟି ଏସଏଚଜିକୁ ମହୁଚାଷ ପାଇଁ ପ୍ରସିକ୍ଷଣ ଦିଆଯାଉଛି । ଯାହା ଦ୍ୱାରା ୬୦ଜଣ ମହିଳା ରୋଜଗାରକ୍ଷମ ହୋଇପାରିବେ ।

mission sakti

ଗାଈବାହୋଲ ପଞ୍ଚାୟତର ଘୁଚିପାଲି ଗାଁରେ ଥିବା ସାବିତ୍ରୀ ଏସଏଚଜି ,ମା'ପାର୍ବତୀ ଏସଏଚଜି , ଗାୟତ୍ରୀ ଏସଏଚଜି ,ମା ସାରଳା ଏସଏଚଜି ଆଦିରେ ମେମ୍ବର ଥିବା ମହିଳା ମାନେ ରାଜ୍ୟ ସରକାରଙ୍କ ସହାୟତାରେ ଜିଲ୍ଲାରେ ଆରମ୍ଭ କରିଛନ୍ତି ମହୁଚାଷ । ଯେଉଁଥି ପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମ୍ପର୍ଣ୍ଣ ସହାୟତା ଯୋଗାଇଦିଆଯାଉଛି ।

bee farming

ମହୁଚାଷ କରିବା ପାଇଁ ମହିଳାଙ୍କୁ ପ୍ରଥମେ ତାଲିମ୍ ଦିଆଯାଉଛି ,ଏହା ପରେ ଚାଷ କରିବା ପାଇଁ ସାକ୍ଷୀଗୋପାଳ ଠାରେ ଥିବା ଏକ ମହୁ ଫାର୍ମରୁ ମହୁମାଛି ଥିବା ବାକ୍ସ ଦିଆଯାଉଛି ବୋଲି କହିଛନ୍ତି ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରଦୀପ ଛତ୍ରିଆ । ଏହା ସହ ମହୁମାଛିଙ୍କୁ ଖାଦ୍ୟ ଦେବା ପାଇଁ ସ୍ୱତନ୍ତ୍ର ପାତ୍ର ,ଧୂଆଁ ମେସିନ୍ ,ମହୁଫେଣାରୁ ମହୁ କାଢିବା ପାଇଁ ସ୍ୱତନ୍ତ୍ର ମେସିନ୍ ମଧ୍ୟ ଦିଆଯାଉଛି । ଦୁଇଟି ଗାଁକୁ ମହୁଚାଷ ପାଇଁ ମୋଟ୍ ୪୬ଟି ମହୁବାକ୍ସ ଦିଆଯାଇଛି । ତେବେ ଦୁଇଟି ଗାଁରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମୋଟ୍ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ମହିଳା ମାନେ ଚାଷ କରୁଥିବା ମହୁକୁ ନେଜେ ପ୍ୟାକିଂ କରି ନିଜ ଏସ୍ଏଚଜି ବ୍ରାଣ୍ତରେ ମଧ୍ୟ ବଜାରରେ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିବେ ତେବେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ମହୁଚାଷ କରି ଗାଁର ମହିଳାମାନେ ସ୍ୱାବଲମ୍ବୀ ହେବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+