ସାବଧାନ ! ସକାଳେ ଉଠିବା ମାତ୍ରେ ଧରୁଛନ୍ତି କି ମୋବାଇଲ, ତେବେ ଜାଣି ରଖନ୍ତୁ ଏହି କଥା

ସକାଳୁ ଶଯ୍ୟା ଛାଡ଼ିବା ମାତ୍ରେ ପ୍ରଥମେ ଫୋନ୍‌ ଖେଳାଇବାଟା ଅନେକଙ୍କର ଅଭ୍ୟାସରେ ପରିଣତ ହୋଇଛି। ପୁଣି କେହି କେହି ସକାଳୁ ଉଠିବା ଲାଗି ଆଲାର୍ମ ଖଞ୍ଜିଥିବାରୁ ଏଭଳି ଅଭ୍ୟାସ ସୃଷ୍ଟି ହୋଇଛି। ଆଲାର୍ମକୁ ବନ୍ଦ କରିବା ସହ ଆମେ ଫୋନ୍‌ ଖୋଲି ସାମାଜିକ ଗଣମାଧ୍ୟମର ଘଟଣାବଳି ଜାଣିବା ଆଶାରେ ଫୋନ୍‌ରେ ମନୋନିବେଶ କରୁ।

mobile

ମାତ୍ର ସକାଳେ ଫୋନ୍‌ ବ୍ୟବହାର କରିବାର କୁପରିଣତି ଆମ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହା ମାନସିକ ସ୍ବାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହ ଚାପ, ଉଦ୍‌ବେଗ ଓ ଅବସାଦ ଆଦିର କାରଣ ସାଜି ଥାଏ।ଏହା ମଧ୍ୟ ଦୈନିକ ନିଦ୍ରାଚକ୍ରକୁ ପ୍ରଭାବିତ କରିଥାଏ।

ଫୋନ୍‌ ପରଦାରୁ ନିର୍ଗତ ନୀଳ ଆଲୋକରଶ୍ମି ନିଦ୍ରାସୃଷ୍ଟିକାରୀ 'ମେଲାଟୋନିନ୍‌' ହରମୋନ୍‌ କ୍ଷରଣରେ ବାଧା ଉପୁଜାଇଥାଏ। ଫଳରେ ନିଦ ଆସିବାରେ ଅସୁବିଧା ହୋଇଥାଏ ଏବଂ ବେଳେ ବେଳେ ନିଦ୍ରାହୀନ ରାତି କାଟିବାକୁ ପଡ଼ିଥାଏ, ଯାହା ପରୋକ୍ଷରେ ସ୍ବାସ୍ଥ୍ୟ ପାଇଁ ହାନିକାରକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+