ସାବଧାନଙ୍କୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ , ଏଣିକି ଆସିଲେ ଦୁର୍ନୀତି ଅଭିଯୋଗ ହେବ କାର୍ଯ୍ୟନୁଷ୍ଠାନ

ବିଧାନସଭା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ବେହେରା ପ୍ରଶ୍ନ କରିଥିଲେ ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇ, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Sarpanch

ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଥିଲେ ।
ଲିଖିତ ଉତ୍ତରରେ କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ ବୋଲି ମନ୍ତ୍ରୀ ରବି ନାୟକ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

ଏହାସହ ଉକ୍ତ ସରପଞ୍ଚଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାର ବ୍ୟବସ୍ଥା ରହିଛି । ଏହି ଆଧାରରେ ଗତ ୫ ବର୍ଷରେ ୮୧ ଜଣ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+