ସାବଧାନ ! ଏବେ ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଜୋରିମାନା

ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଜୋରିମାନା। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି।

bmc

ସେହିଭଳି ପ୍ଲାଷ୍ଟିକ ଓ ପେପର କପ୍‌ ଉପରେ କଟକଣା ଜାରି କରାଯାଇଛି। ଏହାକୁ ନଗର ନିଗମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛି। ଏ ସଂକ୍ରାନ୍ତରେ କାଉନସିଲରେ ପ୍ରସ୍ତାବକୁ ଅନୁମୋଦନ ମିଳିସାରିଛି। ଏଥିପାଇଁ ନଗର ନିଗମ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟକ୍ତି ବା ବ୍ୟବସାୟୀ ରାସ୍ତାକଡ଼ରେ ଆବର୍ଜନା ପକାଇବେ ସେମାନଙ୍କଠାରୁ ଏହି ଜୋରିମାନା ଆଦାୟ ହେବ। ପ୍ରଥମେ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ସର୍ବନିମ୍ନ ଜୋରିମାନା ଆଦାୟ କରାଯିବ;​‌ ମାତ୍ର ପୁନର୍ବାର ଖିଲାପ କଲେ ଜୋରିମାନା ଦୁଇଗୁଣ ଆଦାୟ କରାଯିବ।

ନିଗମ ଦ୍ବାରା ଘରକୁ ଘର ଅଳିଆ ସଂଗ୍ରହ ଗାଡ଼ି ଯୋଗାଇ ଦିଆଯାଇଥିବା ବେଳେ ଲୋକମାନେ ସଚେତନ ଅଭାବରୁ ରାସ୍ତାଘାଟ ସଫେଇ ହେବା ପରେ ରାସ୍ତାରେ ଅଳିଆ ପକାଉଛନ୍ତି। ଘର ଦ୍ବାର ମୁହଁକୁ ଗାଡ଼ି ଯାଉଥିଲେ ସୁଦ୍ଧା ଆବର୍ଜନା ଅଧିକାଂଶ ନ ଦେଇ ଘର ସମ୍ମୁଖ ରାସ୍ତାକଡ଼ରେ ଗଦା କରୁଛନ୍ତି। ଏହାଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ସଫେଇ କର୍ମଚାରୀ ପଳାଉଥିବାରୁ ସଫେଇ ଠିକ ଭାବେ ହୋଇପାରୁ ନାହିଁ। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଘରୋଇ ମାଲିକ ଅଳିଆ ଫିଙ୍ଗିଲେ ତାଙ୍କଠାରୁ ୧୦୦ ଟଙ୍କା ଏବଂ ବ୍ୟବସାୟୀ ଅନୁଷ୍ଠାନଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରାଯାଇ ପରିମଳ ନିରୀକ୍ଷକଙ୍କ ଦ୍ବାରା ଜୋରିମାନା ଆଦାୟ କରାଯିବ ବୋଲି ନଗର ନିଗମ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+