ସାବଧାନ ! ଘରେ ଭୁଲରେ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହି ସବୁ ଗଛ, ଲାଗିରହିବ ଅଶାନ୍ତି
ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ଔଷଧୀୟ ଓ ବାସ୍ତୁ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଏ । ତେବେ ତୁଳସୀ ବୃକ୍ଷ ଲଗାଇବା ସ୍ଥାନ ସହ କିଛି ବାସ୍ତୁ ନିୟମ ପ୍ରତି ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ।
ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ନିକଟରେ କିଛି ବୃକ୍ଷକୁ ରଖିବା ଉଚିତ୍ ନୁହେଁ । ନଚେତ୍ ଏହାର ସକରାତ୍ମକ ପ୍ରଭାବ କମ୍ ହୋଇଥାଏ।

ବାସ୍ତୁ ଅନୁସାରେ ତୁଳସୀ ବୃକ୍ଷ ନିକଟରେ କଦାପି ଶମି ବୃକ୍ଷ ରଖିବା ଉଚିତ୍ ନୁହେଁ। ଏହି ୨ଟି ବୃକ୍ଷକୁ ଏକାଠି ରଖିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।ଏହି ୨ଟି ବୃକ୍ଷ ମଧ୍ୟରେ ୪ କିମ୍ବା ୫ ଫୁଟର ବ୍ୟବଧାନ ରହିବା ଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ।
କିଛି ଲୋକେ ସାଜସଜ୍ଜା ଦୃଷ୍ଟିରୁ କଣ୍ଟା ଜାତୀୟ ବୃକ୍ଷକୁ ଘରେ ରଖିଥାନ୍ତି । ମାତ୍ର ତୁଳସୀ ନିକଟରେ କଦାପି କଣ୍ଟା ଜାତୀୟ ବୃକ୍ଷ ରଖନ୍ତୁ ନାହିଁ । ଏହାଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ।
ଯେଉଁ ଗଛରୁ କ୍ଷୀର ନିର୍ଗତ ହୋଇଥାଏ ସେଭଳି ଗଛକୁ ତୁଳସୀ ବୃକ୍ଷ ନିକଟରେ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାସହ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ, ଅଶାନ୍ତି, ମଦଭେଦ ଲାଗି ରହିଥାଏ।












Click it and Unblock the Notifications