ସାବଧାନ ! ଆପଣଙ୍କର ରହିଛି କି ପାଟି ପଟେ ନିଶ୍ୱାସ ନେବାର ଅଭ୍ୟାସ, ହୋଇପାରେ ...

ଆପଣ ଧ୍ୟାନ ଦେବେ ଆପଣ ନାକ ପଟେ ନିଶ୍ବାସ ନେଉଛନ୍ତି ନା ପାଟି ପଟେ । ହଁ, ଅଜ୍ଞା ପାଟି ପଟେ ନିଶ୍ବାସ ନେଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ ସମସ୍ୟା ଥାଇପାରେ । ଆମ ନାକ ଓ ପାଟି ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି ଏବଂ ଉଭୟ ଶାରିରୀକ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

mouth

ନାକର ମୁଖ୍ୟ କାର୍ଯ୍ୟ ଦୂଷିତ ପଦାର୍ଥ ଓ କୀଟାଣୁ ମୁକ୍ତ ନିଶ୍ବାସ ନେବାରେ ସାହାଯ୍ୟ କରେ । ପାଟି ଖାଦ୍ୟକୁ ପେଟରେ ପ୍ରବେଶ କରାଇଥାଏ ଓ ଲାଳ ମାଧ୍ୟମରେ ହଜମ କରିବାରେ ସାହାଯ୍ୟ କରେ ।

ଅନେକ ସମୟରେ ଥଣ୍ଡା କାଶରେ ନାକ ନ ଫିଟିବା ଯୋଗୁଁ ଆମେ ପାଟି ପଟେ ନିଶ୍ବାସ ନେଉ। କାରଣ ସେତେବେଳେ ଆମ ପାଖରେ କୌଣସି ବିକଳ୍ପ ନଥାଏ । ପ୍ରକୃତରେ ନାକରେ ନିଶ୍ବାସ ନେବା ଶରୀର ପାଇଁ ଭଲ । ନାକ କୀଟାଣୁ ମୁକ୍ତ ନିଶ୍ବାସ ନେବାରେ ସାହାଯ୍ୟ କରେ । ଦୀର୍ଘ ଓ ଗଭୀର ନିଶ୍ବାସ ନେବା ଦ୍ବାରା ଫୁସଫୁସ୍‌କୁ ସଂକ୍ରମଣରୁ ରକ୍ଷା ହୋଇଥାଏ ଓ ରକ୍ତ ସଞ୍ଚାଳନ ଉନ୍ନତ ହୋଇଥାଏ ।

ଯଦି ନାକ ବନ୍ଦ ନଥିଲାବେଳେ ବି ପାଟି ପଟେ ନିଶ୍ବାସ ନେଉଛନ୍ତି ତେବେ ପେଟରେ ଏସିଡିଟି ହେବାରେ ଲାଗେ, ଯାହା ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ନାକ ବଦଳରେ ପାଟି ପଟେ ନିଶ୍ବାସ ନେବା ଦ୍ବାରା ଶରୀରରେ ଅମ୍ଲଜାନର ଅଭାବ ହୋଇପାରେ । ଏହାପରେ ଶରୀରର କୋଷିକାଗୁଡିକରେ ଅମ୍ଲଜାନ ଯୋଗାଣ ପ୍ରଭାବିତ ହୁଏ ଓ ଏଥିରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+