Get Updates
Get notified of breaking news, exclusive insights, and must-see stories!

ବିଡିଏ ପକ୍ଷରୁ 'ଏକାମ୍ର ୱାକ୍'ର ତୃତୀୟ ସଂସ୍କରଣ ର ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ଐତିହାସିକ ସହର ଭୁବନେଶ୍ୱରର ସାଂସ୍କୃତିକ ଐତିହ୍ୟକୁ ଅନୁସନ୍ଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଏକ ନିଆରା ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ 'ଏକାମ୍ର ୱାକ୍'ର ତୃତୀୟ ସଂସ୍କରଣ ର ଶୁଭାରମ୍ଭ କରାଯାଇଛି । ଜାନୁଆରୀ ୨୦ରୁ ଆରମ୍ଭ ହୋଇ ପ୍ରତି ଶୁକ୍ରବାର, ଶନିବାର ଓ ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।

'ମନ୍ଦିର ମାଳିନୀ ସହର' ଭାବେ ପରିଚିତ ଭୁବନେଶ୍ୱରରେ ଅନେକ ସାଂସ୍କୃତିକ ଓ ଐତିହାସିକ ସମ୍ପତ୍ତି ରହିଛି ଏବଂ ଏକାମ୍ର ୱାକ୍ ସହରର ଅନନ୍ୟ ଆକର୍ଷଣକୁ ପ୍ରଦର୍ଶିତ କରିବା ପାଇଁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି । ଏକାମ୍ର ପଦଯାତ୍ରାର ନେତୃତ୍ୱ ନେବେ ଜ୍ଞାନୀ ଓ ଅଭିଜ୍ଞ ଗାଇଡ, ଯେଉଁମାନେ ଭୁନେଶ୍ବରର ଅତୀତର କାହାଣୀକୁ ଉନ୍ମୋଚନ କରିବେ ।

ଏଥର ପ୍ରକୃତି ର ପଦଯାତ୍ରା (ଡେରାସ ଓ ନନ୍ଦନକାନନର ତିନୋଟି ସ୍ଥାନରେ ଅନୁଷ୍ଠିତ ହେବ), ଆମ ସଂସ୍କୃତି ଆମ ଐତିହ୍ୟ (ଆଦିବାସୀ ସଂସ୍କୃତି ସମେତ ଓଡ଼ିଆ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ), କୋମଳ ମନର କୌତୁହଳ ଯାତ୍ରା ଏବଂ ଓଡ଼ିଆ ଖାଦ୍ୟ ପସରା 'ଏକାମ୍ର ୱାକ୍' ର ମୁଖ୍ୟ ଆକର୍ଷଣ ହେବ ।

EkamraWalks

ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ଓଡ଼ିଆ ଭାଷାର ଗୌରବ ଗାଥା ନାମରେ ଏକ ସ୍ୱତନ୍ତ୍ର ଟ୍ରେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବ ।

ଅଂଶଗ୍ରହଣକାରୀମାନେ ପ୍ରାଚୀନ ପରମ୍ପରାଉପରେ ଆଧାରିତ ରହସ୍ୟ ମୟ ତନ୍ତ୍ର ସାଧନା ବିଷୟରେ ମଧ୍ୟ ଅନୁସନ୍ଧାନ କରିବେ । ସେହିଭଳି ବିଭିନ୍ନ ଓ ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ପ୍ରସିଦ୍ଧ ରାଜ୍ୟର ପାରମ୍ପାରିକ ରୋଷେଇ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯିବ । ଇଚ୍ଛୁକ ବ୍ୟକ୍ତିମାନେ www.ekamrawalks.com ଲଗ୍ ଇନ୍ କରି ପଞ୍ଜୀକରଣ କରିପାରିବେ ଏବଂ କାର୍ଯ୍ୟକ୍ରମର ଅନ୍ୟ ବିବରଣୀ ଜାଣିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+