ଫ୍ଲାଏଓଭରରୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର
ଓଭର ବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି। ପ୍ରାୟ ୩୦ ଫୁଟ୍ ଉପରୁ ଟ୍ୟାଙ୍କର ଖସିପଡ଼ିଛି। ଓଭର ବ୍ରିଜ ଉପରେ ଯାଉଥିବା ବେଳେ ଟ୍ୟାଙ୍କରଟି ଭାରସାମ୍ୟ ହରାଇଥିବା ଜଣାପଡ଼ିଛି। ରାୟଗଡ଼ା ସଦର ମାର୍କେଟ୍ ଓଭର ବ୍ରିଜ୍ ଉପରେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯାଞ୍ଚ କରୁଛି। ଫେରାର ଡ୍ରାଇଭରକୁ ମଧ୍ୟ ଖୋଜା ଚାଲିଛି। ତେବେ ଭାଗ୍ୟ ବଶତଃ ଏତେବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ, ଡ୍ରାଇଭର ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟରକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋରାପୁଟରୁ ଝାରସୁଗୁଡ଼ା ଯାଉଥିବା ବେଳେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସର ଏକ ଟିମ୍ ପହଞ୍ଚିଥିବା ବେଳେ ଦୁର୍ଘଟଣାସ୍ଥଳରୁ ଟ୍ୟାଙ୍କରକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।












Click it and Unblock the Notifications