ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷାରାଣୀ ବରିହା ହେଲେ ବିଜେଡି ପ୍ରାର୍ଥୀ

ପଦ୍ମପୁର ପରୀକ୍ଷା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷାରାଣୀ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ ।

ଭୁବନେଶ୍ୱର: ପଦ୍ମପୁର ପରୀକ୍ଷା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବର୍ଷାରାଣୀ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷାରାଣୀ । ପଦ୍ମପୁର ଉପ-ନିର୍ବାଚନ ପାଇଁ ଟିକେଟ ମିଳିବା ପରେ ବର୍ଷାରାଣୀ କହିଛନ୍ତି, ବିଶ୍ୱାସ ଓ ଭରସା ରଖି ମୋତେ ବାଛିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଯେହେତୁ ବାପା ଭଲ କାମ କରିଥିଲେ ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି ବୋଲି କହିଛନ୍ତି ବର୍ଷାରାଣୀ ।

Padmapur Bypoll

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଛି । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।

ତେବେ ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷାରାଣୀ । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷାରାଣୀ ବରିହା । ବର୍ଷାରାଣୀଙ୍କୁ ଟିକେଟ ଦେଇ ବିଜେଡି ଅନୁକମ୍ପା ଭୋଟ ହାତେଇବାକୁ ନଜର ରଖିଛି । ଯେହେତୁ ମାତ୍ର ଦିନ କେଇଟା ପୂର୍ବରୁ ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଛି ତେଣୁ ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ ଆସିବ ବୋଲି ଆକଳନ କରାଯାଉଛି । ଏହାବାଦ୍ ବର୍ଷାରାଣୀଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି ବିଜେଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+