ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବର୍ଷା ସିଂ ବରିହା
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବର୍ଷା ସିଂ ବରିହା
ଭୁବନେଶ୍ୱର: ବିଜୟୀ ହେବା ପରେ ନବୀନ ନିବାସରେ ପଦ୍ମପୁର ନବନିର୍ବାଚିତ ବିଧାୟିକା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ବର୍ଷା ସିଂ ବରିହା । ବର୍ଷାଙ୍କ ସହ ପଶ୍ଚିମ ଓଡ଼ିଶାର ଅନେକ ନେତା ମଧ୍ୟ ଉପସ୍ଥିତ ଥିଲେ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବର୍ଷା ।

ଏହା ପୂର୍ବରୁ ବିଧାୟିକା ବର୍ଷା ଶ୍ୱଶୁର ରମା ବଳିଆର ସିଂହଙ୍କର ଆଶୀର୍ବାଦ ନେବା ପାଇଁ ପହଁଥିଲେ । ବେଶ୍ ଆନନ୍ଦରେ ବୋହୂକୁ ସ୍ୱାଗତ କରିଥିଲେ ଶାଶୂ ଓ ଶ୍ୱଶୂର । ବର୍ଷାଙ୍କୁ ସ୍ୱାଗତ କରି ଶ୍ୱଶୂର ତଥା ବିଜେପି ନେତା ରମା ବଳିଆର ସିଂ କହିଥିଲେ ଯେ, ଅନେକ ପରିବାରରରେ ଭିନ୍ନ ଦଳର ଲୋକ ଥାନ୍ତି, ଏହା ସ୍ୱଭାବିକ କଥା, ସେ ତାଙ୍କ ଦଳ ପାଇଁ କାମ କରିବେ ମୁଁ ମୋ ଦଳ ପାଇଁ କାରିବି ।'
ସୂଚନାଯୋଗ୍ୟ, ବୃହତ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ୪୨୦୬୫ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି । ମୋଟ ୧,୧୯,୫୧୨ ଖଣ୍ଡ ଭୋଟ ପାଇଲେ ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ମିଳିଲା ୭୭, ୪୪୭ ଖଣ୍ଡ ଭୋଟ । ସେହିପରି କଂଗ୍ରେସକୁ ୩୫୩୧ ଖଣ୍ଡ ଭୋଟ୍ ମିଳିଛି । ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ୍ ୮୧.୨୯% ଭୋଟର୍ ମତଦାନ ହୋଇଥିଲା । ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ । ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହୋଥିଲା ।












Click it and Unblock the Notifications