ସ୍ବାମୀ ଅନୁଭବଙ୍କ ଭିଡିଓ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା
ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ପୋଷ୍ଟ କରି ବିଭିନ୍ନ କଥା କହୁଥିବାରୁ ତାଙ୍କର ସମ୍ମାନହାନୀ ହେଉଥିବା ଅଭିଯ
କଟକ: ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ପୋଷ୍ଟ କରି ବିଭିନ୍ନ କଥା କହୁଥିବାରୁ ତାଙ୍କର ସମ୍ମାନହାନୀ ହେଉଥିବା ଅଭିଯୋଗ କରି ସେ ହାଇକୋର୍ଟ ଯାଇଛନ୍ତି । ଆଜି ହାଇକୋର୍ଟରେ ଶୁଣାଣି ହେବ ।

କହିରଖୁ କି, ଗତକାଲି ଏ ସଂକ୍ରାନ୍ତରେ ମଧ୍ୟ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷା । ଅନୁଭବ ତାଙ୍କର ବ୍ୟକ୍ତିଗତ ଜୀବନ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ କଥା କହୁଛନ୍ତି । ଅନୁଭବ ଭିଡିଓ ମାଧ୍ୟମରେ ନିଜର ମତ ରଖୁଛନ୍ତି, ଯାହାକି ତାଙ୍କ ଜୀବନ ସହ ଜଡ଼ିତ ବୋଲି ବର୍ଷା ଅଭିଯୋଗ କରିଛନ୍ତି ।
ତେବେ ସେ ଏହି ମାମଲାରେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରେଜିଷ୍ଟ୍ରର ଅଫ ନ୍ୟୁଜ ପେପର୍ସ ଅଫ ଇଣ୍ଡିଆ ଏବଂ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।












Click it and Unblock the Notifications