Get Updates
Get notified of breaking news, exclusive insights, and must-see stories!

ନିଜ ନାଁରେ ଠକେଇ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ବର୍ଷା ପ୍ରିୟଦର୍ଶିନୀ

ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେଠକେଇ ଅଭିଯୋଗ ହୋଇଛି । ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ୱର: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେଠକେଇ ଅଭିଯୋଗ ହୋଇଛି । ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ଏଥି ସହ ସହିଦନଗର ଥାନାରେ ହୋଇଥିବା ଏତଲା ମଧ୍ୟ ଦେଇଛନ୍ତି । ତେବେ ଏହି ଘଟଣା ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ସ୍ପଷ୍ଟିକରଣ ରଖିଛନ୍ତି ବର୍ଷା । ସେ ଲେଖିଛନ୍ତି, ୨୦୨୦ ପରଠୁ ମୋ ନାଁରେ ଅନେକ ମିଥ୍ୟା ମାମଲା ହେଉଛି । ଷଡଯନ୍ତ୍ର କରି ମୋ ସ୍ୱର ଚାପିବାକୁ ଚେଷ୍ଟା ହେଉଛି । ସତ୍ୟତା ନଥାଇ ମୋ ନାଁରେ ଖବର ପ୍ରସାରଣ ହେଉଛି । ଏଭଳି କରିବା ଦୁର୍ଭାଗ୍ୟଜନକ ।

Barsha Priyadarshini

ସହିଦନଗର ଥାନାରେ ହୋଇଥିବା ଏତଲାରେ ଅଭିଯୋଗ କାରିଣୀ କଲ୍ୟାଣୀ ନାୟକଙ୍କ ଠାରୁ ବର୍ଷା ପ୍ରୟଦର୍ଶିନୀ ୩୦ ହଜାର ଟଙ୍କା ନେଇ ଚାକିରି ଦେଇ ନାହାଁନ୍ତି ବୋଲି ଉଲ୍ଲେଖ ରହିଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ସମ୍ପୃକ୍ତ ମହିଳା ।

ପ୍ରାୟ ୭ ମାସ ତଳେ ଭୁବନେଶ୍ୱର ଜନତା ମଇଦାନରେ ମହିଳା ବେପାର ମେଳାରେ ଆୟୁଷୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭେଟିଥିଲେ କଲ୍ୟାଣୀ । ସେତେବେଳେ ଯୋଗାଯୋଗରେ ରହିବା ପାଇଁ ଆୟୁଷୀ ନମ୍ବର ଦେଇଥିଲେ । ପରେ ବିଭିନ୍ନ ସମୟରେ ଆୟୁଷୀ କଲ୍ୟାଣୀଙ୍କୁ ଭେଟୁଥିଲେ । ଏପରିକି ଆୟୁଷୀ ତାଙ୍କ ଫୋନରେ ବର୍ଷାଙ୍କ ସହ କଲ୍ୟାଣୀଙ୍କ କଥା କରାଇ ଥିଲେ ।

ଭରସା ଦେଇଥିଲେ ଏକ ପ୍ରତିଷ୍ଠିତ ଜୁଏଲାରୀ ଶୋ ରୁମରେ ଚାକିରି କରାଇ ଦେବେ । ଏନେଇ ସିକ୍ୟୁରିଟି ମନି ଭାବେ ବର୍ଷା, କଲ୍ୟାଣୀଙ୍କୁ ୫୦ ହଜାର ଟଙ୍କା ଡିପୋଜିଟ୍ ଦେବାକୁ କହିଥିଲେ । ଏତେ ଟଙ୍କା ଦେବାକୁ କଲ୍ୟାଣୀ ଅକ୍ଷମତା ପ୍ରକାଶ କରିବା ପରେ ୩୦ ହଜାର ଟଙ୍କାରେ କଥା ଛିଡ଼ିଥିଲା । କଲ୍ୟାଣୀ ଧାର ଉଦ୍ଧାର କରି ବହୁ କଷ୍ଟରେ ୩୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ପଠାଇଥିଲେ ।

ହେଲେ ଟଙ୍କା ପାଇବା ପରେ ବର୍ଷା କିମ୍ବା ଆୟୁଷୀ ଆଉ ଫୋନ୍ ଉଠାଉ ନଥିବା କଲ୍ୟାଣୀ ଅଭିଯୋଗ ଆଣିଛନ୍ତି । ଏପରିକି ଟଙ୍କା ମାଗିବାରୁ ଆୟୁଷୀ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କଲ୍ୟାଣୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+