ବର୍ଷା-ଅନୁଭବ ମାମଲା: ସେପ୍ଟେମ୍ବର ୫ରେ ପରବର୍ତ୍ତୀ ଶୁଣାଣି
ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର୍ ୫କୁ ଧାର୍ଯ୍ୟ କରାଯାଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି।
ଜଷ୍ଟିସ୍ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଅନୁଭବ ଓ ବର୍ଷାଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଛାଡ଼ପତ୍ର ମାମଲାରେ ଗତବର୍ଷ (୨୦୨୨) ଜୁଲାଇ ୧୧ରେ ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବର୍ଷାଙ୍କ ତରଫରୁ କେହି ଉପସ୍ଥିତ ନଥିବାରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ କଟକ ଫ୍ୟାମିଲି କୋର୍ଟରେ ନିର୍ଦ୍ଦେଶ ଦେଇଥିଲେ।

ଅନୁଭବଙ୍କୁ ପୁଣି ଜେରା ପାଇଁ ଅନୁମତି ଲୋଡ଼ି ଏବଂ ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଙ୍ଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ଫ୍ୟାମିଲି କୋର୍ଟ ୨୦୨୨, ଅଗଷ୍ଟ ୧୬ରେ ଖାରଜ କରିଥିଲେ। ତେବେ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହି ମାମଲାର ୨୦୨୨, ସେପ୍ଟେମ୍ବର୍ ୭ରେ ହାଇକୋର୍ଟରେ ଶୁଣାଣି ସମୟରେ ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ବର୍ଷା ନିମ୍ନ ଅଦାଲତ ରେକର୍ଡରେ ଅଦଳବଦଳ କରିଛନ୍ତି।
ଖୁବଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ ହୋଇଛି । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ହୋଇପାରେ ଫଇସଲା । । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।












Click it and Unblock the Notifications