ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ଷ୍ଟ୍ରଙ୍ଗ ରୁମର ବ୍ୟାରିକେଡ୍ ଓ ପାଚେରି; ଷ୍ଟ୍ରଙ୍ଗରୁମ୍ ଚାରିପଟେ କଡା ସୁରକ୍ଷା
ପ୍ରବଳ ବର୍ଷାରେ ଷ୍ଟ୍ରଙ୍ଗ ରୁମର ବ୍ୟାରିକେଡ୍ ଓ ପାଚେରି ଭାଙ୍ଗିଯାଇଛି । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଷ୍ଟ୍ରଙ୍ଗ ରୁମକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିଛି ଜିଲ୍ଲା ପ୍ରଶାସନ । ପ୍ରବଳ ବର୍ଷା ଓ ପବନ ଯୋଗୁ ବଡ଼ ବଡ଼ ଗଛ ମଧ୍ୟ ରାସ୍ତାରେ ଉପୁଡ଼ି ପଡ଼ିଛି ।
ଗତକାଲି କାଳବୈଶାଖୀ ଯୋଗୁ ପାରଳାଖେମୁଣ୍ଡିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେହିପରି ପାରଳାଖେମୁଣ୍ଡି ଏସକେସିଜି କଲେଜ୍ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ଏହାର ବ୍ୟାରିକେଡ୍ ଏବଂ ପାଚେରି ଭାଙ୍ଗି ଯାଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଏହହା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ।
ଅନ୍ୟପକ୍ଷରେ ଅସନ୍ତାକାଲି ଭୋଟ ଗଣତି ହେବ। ବିଭିନ୍ନ ସ୍ଥାନରେ ଥିବା ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ ।

ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ ।
ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛନ୍ତି ।
ସୂଚନାଯୋଗ୍ୟ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ଭୋଟ୍ ହାର ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ୪୨ ପ୍ରତିଶତ ଲେଖାଏଁ ମିଳିପାରେ । ସେହିପରି ସର୍ଭେ ସଂସ୍ଥା କହିଛି ଯେ, ରାଜ୍ୟର ୧୩ ପ୍ରତିଶତ ଲୋକ ପରିବର୍ତ୍ତନ ଚାହିଁଛନ୍ତି । ଏଥି ପାଇଁ ସେମାନେ ମତଦାନ କରିଛନ୍ତି । ଓଡ଼ିଶାର ଭୋଟିଂ ପ୍ରତିଶତ ଭୌଗଳିକ ଦୃଷ୍ଟିକୋଣରୁ ହୋଇଥାଏ ।
ବିଜେପି ଗ୍ରାମାଞ୍ଚଳରେ ୪୨ ପ୍ରତିଶତ ଭୋଟ୍ ଓ ସହରାଞ୍ଚଳରେ ୪୦ ପ୍ରତିଶତ ପାଇପାରେ । ସେହିପରି ଗ୍ରାମାଞ୍ଚଳରେ ବିଜେଡି ୪୨ ଓ ସହରାଞ୍ଚଳରେ ୪୪ ପ୍ରତିଶତ ଭୋଟ୍ ପାଇପାରେ । କଂଗ୍ରେସକୁ ଗ୍ରାମାଞ୍ଚଳରେ ୧୨ ପ୍ରତିଶତ ଓ ସହରାଞ୍ଚଳରେ ୧୧ ପ୍ରତିଶତ ଭୋଟ୍ ମିଳିଥିବା ଆକଳନ କରିଛି ।












Click it and Unblock the Notifications