ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌, ବିଧାନସଭାରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଛି କି ବୋଲି ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଅଣ ତାରକା ପ୍ରଶ୍ନ ସଂଖ୍ୟା ୧୫୮୯ର ଲିଖିତ ଉତ୍ତରରେ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

cm

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଟଣା ବ୍ଲକ ୧୧୬୮୧. ୫୦, ସାହାରପଡ଼ା ବ୍ଲକର ୧୨୪୧.୫୬, ଘଟଗାଁ ବ୍ଲକର ୧୧୦୩ ଓ ଠାକୁର ମୁଣ୍ଡା ବ୍ଲକର ୬୬୩୫ ହେକ୍ଟର ଜମିରେ ଜଳସେଚନ ହେବ। ମୋଟ୍‌ ୩୧.୮୩୫ହେକ୍ଟର ଜମିକୁ ଜଳ ଯୋଗାଇ ଦିଆଯିବ। ବୈଷୟିକ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।

ସୂଚନା ଯେ, ପାଟଣା ବିଧାୟକ ନାଏକ ତାଙ୍କ ନିର୍ବାଚନ ମଣ୍ଡଳୀ ନୂଆପଡ଼ାରେ ବ୍ୟାରେଜ ନିର୍ମାଣ ପାଇଁ ବହୁଦିନରୁ ଦାବି ହୋଇଆସୁଛି ତାହା କେବେ ହେବ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+