ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବରିଷ୍ଠ ନାଗରିକ କରିବେ ତୀର୍ଥଯାତ୍ରା,ଏହି ଦିନଠୁ କରନ୍ତୁ ଆବେଦନ

ରାଜ୍ୟ ସରକାର ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରା କରାଉଛନ୍ତି। ଓଡ଼ିଶାର ବରିଷ୍ଠ ନାଗରିକମାନେ ଏବେ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟର ପର୍ଯ୍ୟଟନ ବିଭାଗ ଓ ଭାରତୀୟ ରେଳ ପର୍ଯ୍ୟଟନ ଓ ଖାଦ୍ୟ ନିଗମ (ଆଇଆରସିଟିସି)ର ମିଳିତ ଭାବେ ଏକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି।

ପର୍ଯ୍ୟଟନ ବିଭାଗ ଓ IRCTC ପକ୍ଷରୁ ତୀର୍ଥଯାତ୍ରା ଯୋଜନା ହୋଇଛି । 60-75 ବର୍ଷ ବୟସ ଯାଏଁ ବରିଷ୍ଠ ନାଗରିକ ଯୋଜନାରେ ସାମିଲ । ଜୁଲାଇ 17ରୁ 15 ମଧ୍ୟରେ ନାମ ପଞ୍ଜିକରଣ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ।

Baristha Nagarika

ସେପ୍ଟେମ୍ବର 10ରୁ ଭୁବନେଶ୍ବରରୁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ ବାହାରିବ । ପ୍ରଥମ ଫେଜରେ ଖୋର୍ଦ୍ଧା, କଟକ, ଜଗତସିହପୁର, ଢେଙ୍କାନାଳରୁ ଯିବେ । କେନ୍ଦ୍ରାପଡ଼ା ଓ ପୁରୀର ବରିଷ୍ଠ ନାଗରିକ ବି ଯିବେ । ମୋଟ 6 ଦିନ ଓ 5 ରାତି ରହଣି କରିବେ ତୀର୍ଥଯାତ୍ରୀ । 70-75 ବର୍ଷ ବୟସର ନାଗରିକଙ୍କ ସହ ଜଣେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ରହିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+