Get Updates
Get notified of breaking news, exclusive insights, and must-see stories!

ବାରିପଦା କୋଭିଡ ହସ୍ପିଟାଲ ଭାଇରାଲ ଭିଡିଓ ପ୍ରସଙ୍ଗ: ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟ

ମୟୂରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ହସ୍ପିଟାଲ୍ ଯାଇ ସ୍ଥିତି ସମୀକ୍ଷା କରିବା ପରେ ଅଭିଯୋଗକୁ ମିଥ୍ୟା ଓ ନିରାଧାର ବୋଲି କହିଥିଲେ । ଏକ ପ୍ରେସ୍ ରିଲିଜରେ କୁହାଯାଇଥିଲା ଯେ ତଦନ୍ତରୁ ହସ୍ପିଟାଲରେ ଚିକିତ୍ସାକୁ ନେଇ ପ୍ରାୟ ସମସ୍ତ ରୋଗୀ ସନ୍ତୁଷ୍ଟ ଅଛନ୍ତି।

ବାରିପଦା: ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଅବହେଳାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରଗରମ ହୋଇଉଠିଥିଲା ରାଜ୍ୟ ରାଜନୀତି । କୋଭିଡ ମୁକାବିଲା ନେଇ ବାଃ ବାଃ ସାଉଣ୍ଟୁଥିବା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧି । ତେବେ ଘଟଣାରେ ମୟୁରଭଞ୍ଜ ଜିଲ୍ଲାପାଳ ଗତକାଲି ସନ୍ଧ୍ୟାରେ ପିପିଇ କିଟ ପିନ୍ଧି ମେଡିକାଲ ଭିତରକୁ ଯାଇ ଘଟଣାର ବାସ୍ତବତା ପରଖିଥିଲେ ।

Covid Hospital

ମୟୂରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ହସ୍ପିଟାଲ୍ ଯାଇ ସ୍ଥିତି ସମୀକ୍ଷା କରିବା ପରେ ଅଭିଯୋଗକୁ ମିଥ୍ୟା ଓ ନିରାଧାର ବୋଲି କହିଥିଲେ । ଏକ ପ୍ରେସ୍ ରିଲିଜରେ କୁହାଯାଇଥିଲା ଯେ ତଦନ୍ତରୁ ହସ୍ପିଟାଲରେ ଚିକିତ୍ସାକୁ ନେଇ ପ୍ରାୟ ସମସ୍ତ ରୋଗୀ ସନ୍ତୁଷ୍ଟ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ଯେଉଁ ଅଭିଯୋଗ ଉଠିଥିଲା, ସଂପୃକ୍ତ ରୋଗୀଙ୍କ ସ୍ନାୟୁଗତ ସମସ୍ୟା ଥିଲା। ହସ୍ପିଟାଲ୍ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ବେଡକୁ ବାରମ୍ବାର ନିଆଯାଉଥିଲେ ମଧ୍ୟ ସେ ଆସି ତଳେ ଶୋଇପଡୁଥିଲେ । ଡାକ୍ତର ଓ ନର୍ସଙ୍କ ପକ୍ଷରୁ ସଂପୃକ୍ତ ରୋଗୀଙ୍କୁ ସମସ୍ତ ଯତ୍ନ ଓ ସହାୟତା ଯୋଗାଇ ଦିଆଯାଉଥିବା ନେଇ ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ।

Covid Hospital

ଜିଲ୍ଲାପାଳଙ୍କ ଏହି ଟ୍ୱିଟ ପରେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଥିଲା ତାହା କେଉଁଠୁ ଆସିଲା । ଭିଡିଓ ସତ ନା ସତ ଲୁଚାଉଛି ଜିଲ୍ଲା ପ୍ରଶାସନ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+