ସମସ୍ତ ରେକର୍ଡ ଭାଙ୍ଗିଲା ବାରିପଦା, ଦେଶର ଦ୍ୱିତୀୟ ଉତ୍ତପ୍ତ ସହର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ସହ ଗୁଳୁଗୁଳି ଜାରି ରହିଥିବାବେଳେ ରବିବାର ଦ୍ୱିତୀୟ ଦିନ ପାଇଁ ବାରିପଦା ରାଜ୍ୟର ପ୍ରଥମ ଓ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରହିଥିଲା। ସେହିଭଳି ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବାବେଳେ ୯ ସହରରେ ପାରଦ ୪୩ ଡିଗ୍ରୀ ପାର୍‌ କରିଥିଲା। ଆଉ ଗୋଟିଏ ଦିନ ଏଭଳି ସ୍ଥିତି ଲାଗିବ ରହିବ ଓ ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି।

weather

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ନୂଆପଡ଼ାରେ ୪୪, ତାଳଚେର ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୋଳ ୪୩.୩, ବଲାଙ୍ଗୀର ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩, ଢେଙ୍କାନାଳ ୪୨.୯, ଟିଟିଲାଗଡ଼ ୪୨.୫, ରାଉରକେଲା ୪୨.୧, ଭବାନୀପାଟଣା ଓ ନୟାଗଡ଼ରେ ୪୨, ଚାନ୍ଦବାଲି ଓ ହୀରାକୁଦରେ ୪୧.୯, ଭଦ୍ରକ ୪୧.୮, ସମ୍ବଲପୁର ଓ ମାଲକାନଗିରିରେ ୪୧.୭, କଟକ ଓ ଭୁବନେଶ୍ୱରରେ ୪୧.୬, ପାରଳାଖେମୁଣ୍ଡି ଓ ଯାଜପୁରରେ ୪୧, ଫୁଲବାଣୀ, ସୋନପୁର, ବରଗଡ଼ ଓ କେନ୍ଦ୍ରାପଡ଼ାରେ ୪୦.୮, ବାଲେଶ୍ୱର ଓ ଖୋର୍ଦ୍ଧାରେ ୪୦.୫ ଏବଂ ଜଗତ୍‌ସିଂହପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପୂର୍ବାନୁମାନ ଅନୁଯାୟୀ, ସୋମବାର ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ପରବର୍ତ୍ତୀ ତିନିଦିନ ରାଜ୍ୟରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ରହିବାର ସମ୍ଭାବନା ରହିଥିବା ବେଳେ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି। ତେବେ ୨୫ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସେପଟେ ଶନିବାର ରାତିରୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। କୋରାପୁଟର କୋଟପାଡ଼ରେ ସର୍ବାଧିକ ୧୧୨ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାର କୋଲନରାରେ ୨୪.୪, ରାୟଗଡ଼ାରେ ୨୦.୨, ରାୟଗଡ଼ା(ପିଟିଓ) ୧୫.୮, କଳାହାଣ୍ଡିର ଜାଇପାଟଣାଠାରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+