ବୁର୍ଲା ମେଡିକାଲ୍‌ରେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା; ସଙ୍କଟାପନ୍ନ ଅବସ୍ଥ୍ରାରେ ଆମ୍ବୁଲାନ୍ସରେ ବୁର୍ଲା ଅଣାଗଲା

ବୁର୍ଲା ମେଡିକାଲ୍‌ରେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା । ସଙ୍କଟାପନ୍ନ ଅବସ୍ଥ୍ରାରେ ଆମ୍ବୁଲାନ୍ସରେ ବୁର୍ଲା ଅଣାଗଲା । ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ବାରା ନାବାଳିକାଙ୍କ ଚିକିତ୍ସା ଜାରି ।

Bargarh minor girl partially burnt at Burla Medical

ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି ।

ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି । କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଥିବା ନିଜ ବୟାନରେ କହିଛନ୍ତି ନାବାଳିକା ଜଣଙ୍କ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ପୋଡ଼ିକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ନାବାଳିକା ଝିଅକୁ କିଏ ଜାଳିଦେଲା ନା ସେ ନିଜେ ପୋଡ଼ି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ ।

ସେପଟେ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ି ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଟିମ । ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି. ଙ୍କ ସୂଚନା । ତିନି ଜଣ ଆଇଆଇସିଙ୍କୁ ନେଇ ଟିମ ଗଠନ । ଫିରିଙ୍ଗିମାଳ ଗାଁକୁ ଯାଇ ତଦନ୍ତ କରିବ ପୁଲିସ ଟିମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+