ବରଗଡ଼ ପାଲଟିଛି ମଥୁରାନଗରୀ, ଆରମ୍ଭ ହୋଇଛି କଂସ ରାଜୁତି

ବରଗଡ଼ ପାଲଟିଛି ମଥୁରାନଗରୀ। ଆରମ୍ଭ ହୋଇଛି କଂସ ରାଜୁତି। ଜିଲ୍ଲାପାଳ ସାଜିଛନ୍ତି ରାଜସ୍ୱ ମନ୍ତ୍ରୀ। ଆରକ୍ଷୀ ଅଧୀକ୍ଷକ ସାଜିଛନ୍ତି ସେନାପତି I ମଥୁରା ନରେଶଙ୍କ ଅଧୀନରେ ପ୍ରଶାସନର ପ୍ରତିଟି କର୍ମଚାରୀ। ପୋଲିସ୍ ପ୍ରଶାସନଙ୍କୁ ମିଳିଛି ଗଡ଼ରକ୍ଷା ଦାୟିତ୍ଵ। ସହରର ଓ୍ବାର୍ଡଗୁଡ଼ିକ ପରିଣତ ହୋଇଛି ଜନପଦରେ। ଜନସାଧାରଣ ପାଲଟିଛରି ପ୍ରଜା। ଅମ୍ବାପାଲିବାସୀ ସାଜିଛନ୍ତି ଗୋପାଳ ଗୋପାଳୁଣୀ।

Bargarh

ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର ୭୮ ତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ୧୧ଦିନ ପାଇଁ ଦ୍ବାପରକୁ ଫେରିଛି ବରଗଡ଼। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ପ୍ରଦୀପ ପ୍ରଜ୍ଜ୍ଵଳନ କରି ୧୧ଦିନ ବ୍ୟାପୀ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମଥୁରା ନରେଶ ଉଗ୍ରସେନଙ୍କ ସିଂହାସନ ଆରୋହଣରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ବରଗଡ଼ ଧନୁଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । 'ଏକ୍ସ'ରେ ରାଷ୍ଟ୍ରପତି ଲେଖିଛନ୍ତି, ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ଦେଶବାସୀଙ୍କୁ ବିଶେଷ କରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏହି ମହୋତ୍ସବ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଆଶା କରୁଛି, ପୌରାଣିକ କଥାବସ୍ତୁର ଜୀବନ ଉପସ୍ଥାପନା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବ ଆହୁରି ପରିପୃଷ୍ଟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+