ବରଗଡ଼ ଧନୁଯାତ୍ରା ପାଇଁ ସକାଳ ୮ରୁ ସ୍କୁଲ୍
ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି। ମହୋତ୍ସବ ସରିବା ପାଇଁ ଆଗକୁ ଆହୁରି ୮ଦିନ ବାକି ରହିଛି। ଫଳରେ ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀ (ବରଗଡ଼ ସହର)ରେ ରହିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି।

ଜିଲା ଶିକ୍ଷା ବିଭାଗର ପତ୍ରସଂଖ୍ୟା-୨୭୨, ତା-୪।୧।୨୫ରିଖ ଅନୁଯାୟୀ, ଏଣିକି ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ରହିଥିବା ସମସ୍ତ ସ୍କୁଲ, କଲେଜ ଗୁଡ଼ିକରେ ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିବ। ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ଆରମ୍ଭ ହେବ।












Click it and Unblock the Notifications