ଅଧୁରା ରହିଗଲା ଅଭିନୟ, ଚାଲିଗଲେ ଧନୁଯାତ୍ରାର ବଳରାମ
ଚାଲିଗଲେ ଧନୁଯାତ୍ରାର ବଳରାମ, ଅଧୁରା ରହିଗଲା ଅଭିନୟ
ବରଗଡ଼: ଅଧୁରା ରହିଗଲା ମଞ୍ଚରେ ବଳରାମଙ୍କ ଭୂମିକା ନିଭାଇବାର ସ୍ୱପ୍ନ । ଦୁନିଆକୁ ଅଲବିଦା କହି ଚାଲିଗଲେ ବରଗଡ଼ ଧନୁଯାତ୍ରାର ବଳରାମ । ଘରେ ଖେଳୁଥିବା ବେଳେ ହଟାତ୍ ପଡିଯିବାରୁ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି କୁନି କାଳକାର ଶ୍ରେୟାସ ପୂଜାରୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଶ୍ରେୟାସ ପୂଜାରୀ ସପ୍ତମ ଶ୍ରେଣୀର ଛାତ୍ର ଥିଲେ । ଧନୁଯାତ୍ରା ପାଇଁ ସେ ଗୋପପୁର ସାଜୁଥିବା ଆମ୍ବାପାଲିରେ ରିହରସଲ୍ କରୁଥିଲେ । ୭୫ ତମ ଧନୁଯାତ୍ରାରେ ବଳରାମଙ୍କ ଭୂମିକାରେ ନଜର ଆସିଥାନ୍ତେ ଶ୍ରେୟାସ । ଆଉ ମାତ୍ର ୧୭ ଦିନ ବାକି ଥିଲା, ମଞ୍ଚରେ ନିଜ ଡାଇଲଗରେ ଦର୍ଶକଙ୍କୁ ମତୁଆଲ କରିବା ପାଇଁ ସେ ସବୁ ଡାଇଲଗ୍ ଘୋଷି ନେଇଥିଲେ । ହେଲେ କିଏ ବା ଜାଣିଥିଲା, ଜୀବନର ଏହି ସତ ସତିଆ ମଞ୍ଚକୁ ସବୁ ଦିନ ପାଇଁ ଅଲବିଦା କହି ଚାଲିଯିବେ ଶ୍ରେୟାସ । ଶ୍ରେୟାସଙ୍କ ଅକାଳ ବିୟୋଗ ଖବର ବରଗଡ଼ ଓ ଆମ୍ବାପାଲିରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications