Get Updates
Get notified of breaking news, exclusive insights, and must-see stories!

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ; ୧୧ ଦିନ ଚାଲିବ କଂସ ମହାରାଜଙ୍କ ରାଜୁତି

ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସାଂସଦ ସୁରେଶ ପୂଜାରୀଙ୍କ ଦ୍ବାରା ଧନୁଯାତ୍ରା ଉଦ୍‌ଘାଟିତ । ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା ।

ଚଳିତବର୍ଷ ବରଗଡ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ବର୍ଷ ପୂରୁଛି। ହାଟପଦାଠାରେ ମହାରାଜ କଂସଙ୍କର ୯୫ ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ୍ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି। ଯାହା ବିଶ୍ବର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ।

ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଯାଇଛି। ଉତ୍ସବମୁଖର ହୋଇପଡ଼ିଛି ବରଗଡ଼ର କୋଣ ଅନୁକୋଣ । ସୋମବାର ସନ୍ଧ୍ୟାରେ ସାଂସଦ ସୁରେଶ ପୂଜାରୀ ଧୁନଯାତ୍ରାକୁ ଏହା ଉଦ୍‌ଘାଟନ କରିଛନ୍ତି। ମଥୁରାନଗରୀରେ ଆଜିଠାରୁ ୧୧ ଦିନ ବ୍ୟାପୀ କଂସ ମହାରାଜଙ୍କ ରାଜୁତି ଚାଲିବ ।

Dhanu jatra

ବରଗଡ଼ ସହର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜଦରବାର କାର୍ଯ୍ୟ ଶେଷ ହୋଇଯାଇଛି ।

ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।

ସଂଧ୍ୟାରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଥିଲା। ସଂଧ୍ୟା ୭ଟାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଛନ୍ତି । ବରଗଡ ସହର ମଥୁରା ନଗରୀରେ ରୂପାନ୍ତର ହେବାକୁ ଥିବାବେଳେ ଅମ୍ବାପାଲି ଗୋପପୁର ପାଲଟିଯିବ। ଚଳିତବର୍ଷ ଏକାଦଶଥର ପାଇଁ ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଛନ୍ତି । କଂସ ଦରବାର, ରଙ୍ଗମହଲ ସହ ପୁରା ସହରକୁ ସଜ୍ଜିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+