ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ; ଆଜି ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହେବେ ଶ୍ରୀକୃଷ୍ଣ
ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ପ୍ରଥମ ଦିନରେ ମୁକ୍ତାକାଶ ରଂଗମଞ୍ଚରେ ଦେବକି ବାସୁଦେବଙ୍କ ବାହାଘର, ଯୁବରାଜ କଂସଙ୍କର ରାଜ୍ୟାଭିଷେକ ଭଳି ପ୍ରମୁଖ ଦୃଶ୍ୟ ଅଭୀନିତ ହୋଇଛି ।
ସେହିପରି ଆଜି ଦ୍ଵିତୀୟ ଦିନରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ ।

୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା । ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ଉତ୍ସବମୁଖର ହୋଇପଡ଼ିଛି ବରଗଡ଼ର କୋଣ ଅନୁକୋଣ । ସୋମବାର ସନ୍ଧ୍ୟାରେ ସାଂସଦ ସୁରେଶ ପୂଜାରୀ ଧୁନଯାତ୍ରାକୁ ଏହା ଉଦ୍ଘାଟନ କରିଛନ୍ତି।
ବିଭିନ୍ନ ଦିନରେ ରାଜଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ୧୫୦ଟିରୁ ଊର୍ଦ୍ଧ୍ବ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ସଂଧ୍ୟାରେ ସମଲେଶ୍ବରୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ହାଟପଦାସ୍ଥିତ ରାଜଦରବାରରେ ପହଞ୍ଚିଥିଲା। ସଂଧ୍ୟା ୭ଟାରେ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଛନ୍ତି । ବରଗଡ ସହର ମଥୁରା ନଗରୀରେ ରୂପାନ୍ତର ହେବାକୁ ଥିବାବେଳେ ଅମ୍ବାପାଲି ଗୋପପୁର ପାଲଟିଯିବ। ଚଳିତବର୍ଷ ଏକାଦଶଥର ପାଇଁ ହୃଷିକେଶ ଭୋଇ କଂସ ଭୂମିକାରେ ଅଭିନୟ କରୁଛନ୍ତି । କଂସ ଦରବାର, ରଙ୍ଗମହଲ ସହ ପୁରା ସହରକୁ ସଜ୍ଜିତ କରାଯାଇଛି ।












Click it and Unblock the Notifications