Assembly election 2024: କାହାକୁ ବାଛିଛନ୍ତି ବଡ଼ଚଣା ଭୋଟର ? ବାଜି ମାରିନେବେ କି ଅମର...
ବଡ଼ଚଣା: ଚଳିତ ରାଜ୍ୟ ବିଧାନସଭା ନିର୍ବାଚନରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ବଡ଼ଚଣା । ଯାଜପୁର ଲୋକସଭା ଆସନ ଅଧୀନରେ ଥିବା ଏହି ବିଧାନସଭା କ୍ଷେତ୍ର ରାଜ୍ୟ ରାଜନୀତିରେ ବେଶ୍ ମହତ୍ୱ ରଖେ । ଗତ ଏକ ଦଶନ୍ଧି ଧରି ବିଜେଡିର ଗଡ଼ ପାଲଟିଥିବା ବଡ଼ଚଣା ଯାଜପୁର ଲୋକସଭା ଆସନରେ ମଧ୍ୟ ଗୁରୁତ୍ୱ ବହନ କରେ ।
କିନ୍ତୁ ଏଥର ଏହି ଆସନରେ ଦେଖିବାକୁ ମିଳିଛି ବଡ଼ ମୁକାବିଲା । ବିଜେଡି ହାତରୁ ଗଡ଼ ଛଡାଇବାକୁ ଜୋରଦାର ପ୍ରୟାସ କରିଛି ବିରୋଧୀ ବିଜେପି । ବିଜେଡି ଚଳିତ ନିର୍ବାଚନରେ ଏହି ଆସନରୁ 6 ଥର ବିଧାୟକ ରହିଥିବା ଜଣାଶୁଣା ଚେହେରା ଅମର ଶତପଥୀଙ୍କୁ ଟିକେଟ୍ ନ ଦେଇ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କୁ ଟକ୍କର ଦେଉଥିଲେ ବିଜେପିର ଭେଟେରାନ୍ ଅମର ନାୟକ । ତୃତୀୟ ପ୍ରତିଦ୍ୱନ୍ଦୀ ଥିଲେ କଂଗ୍ରେସର ଅଜୟ ସାମଲ ।
ଏଥର ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନ ଉପରେ ସଭିଙ୍କ ନଜର ରହିଛି । କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଥିବା ଅମର ପ୍ରସାଦ ଶତପଥୀଙ୍କୁ ଟିକେଟ୍ ନ ମିଳିବା ନେଇ ଦଳରେ ଦେଖା ଦେଇଥିଲା କିଛି ଅସନ୍ତୋଷ । ଏହି ଅସନ୍ତୋଷକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କେତେ ଦୂର ମ୍ୟାନେଜ କରିପାରିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

1980 ଓ 1985 ରେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଏହି ଆସନରୁ ବିଜୟୀ ହୋଇଥିବା ବେଳେ 1990 ଓ 1995 ରେ ଅମର ପ୍ରସାଦ ଶତପଥୀ ଜନତା ଦଳ ଟିକେଟରେ ଓ 2000 ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । 2004 ରେ ପୁଣି ସୀତାକାନ୍ତ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିବା ବେଳେ 2009 ରେ ଅମର ଏନସିପି ଟିକେଟରେ ଓ 2014 , 2019 ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ତେବେ ଏଥର ବଡ଼ଚଣାରେ କିଏ ଜିତିବ ତା ଉପରେ ରହିଛି ସମସ୍ତଙ୍କ ନଜର ।












Click it and Unblock the Notifications