କମିଲା ବାରବାଟୀ ଦିନିକିଆ ମୁକାବିଲା ଟିକେଟ ଦର; କେତେ କମିଲା ଜାଣନ୍ତୁ

ବଦଳିଲା ବାରବାଟୀ ଦିନିକିଆ ମୁକାବିଲା ଟିକେଟ ଦର। ନଭେମ୍ବର ୩ ତାରିଖରେ ବାରବାଟୀ ଦିନିକିଆ ପାଇଁ ଟିକେଟ ଦର ଘୋଷଣା କରିଥିଲା ଓସିଏ । ହେଲେ ୧୬ ଦିନ ପରେ ଟିକେଟ ଦର କମାଇଛି ଓଡ଼ିିଶା କ୍ରିକେଟ ଆସୋସିଏସନ୍। ୧୦୦ ଟଙ୍କା ଟିକେଟ ଦର ହ୍ରାସ କଲା ଓସିଏ। ଟିକେଟ ଦର ବୃଦ୍ଧିକୁ ନେଇ ସମାଲୋଚନାର ଶିକାର ହୋଇଥିଲା ଓସିଏ।

ଗ୍ୟାଲେରୀ ନମ୍ବର ୧,୩ ଓ ୬ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତାହା ଏବେ ୧୧୦୦ ଟଙ୍କା ହେଲା। ସେହିପରି ଗ୍ୟାଲେରୀ ୨,୪ ପାଇଁ ୧୦୦୦ ଟଙ୍କା ଟିକେଟ ଦର ଧାର୍ଯ୍ୟ ହୋଇଥିଲା। ତାହା ଏବେ ୯୦୦ ଟଙ୍କା ହୋଇଛି। ୫ ନମ୍ବର ଗ୍ୟାଲେରୀ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ତାହା ଏବେ ୧୨୦୦ ଟଙ୍କା ହୋଇଛି।

Barbati India-England one-dayer

ସେହିପରି ୭ ନମ୍ବର ଗ୍ୟାଲେରୀର ଟିକେଟ ଦର ୮୦୦ ଥିଲା। ତାହା ଏବେ ୭୦୦ ହୋଇଛି। ସେହିପରି ସ୍ପେଶାଲ ଏନ୍‌କ୍ଲୋଜର ଥିଲା ୭ ହଜାର ତାହା ଏବେ ୬ ହଜାର। ଏସି ଗ୍ୟାଲେରୀ ବକ୍ସ ଟିକେଟ ଦର ୯ ହଜାର ଟଙ୍କା ଥିଲା ତାହା ଏବେ ୮ ହଜାର ଟଙ୍କା। ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+