ଜାନୁଆରୀ ୩ ତାରିଖରୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବରଗଡ଼: ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ 'ଧନୁଯାତ୍ରା'। ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ୧୩ ତାରିଖ ଯାଏଁ ଜାରି ରହିବ।

୧୧ ଦିନ ଧରି ବରଗଡରେ ଚାଲିବ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ। ୧୧ ଦିନ ଧରି ମହାରାଜ କଂସଙ୍କ ରାଜୁତି ଚାଲିବ ବରଗଡରେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରାର ପ୍ରଥମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।












Click it and Unblock the Notifications