Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଟି-20: ଟିକେଟ୍ ପାଇଁ ଠେଲାପେଲା, ମହିଳାଙ୍କ ମଧ୍ୟରେ ମହାଯୁଦ୍ଧ

ସକାଳ ୯ଟାରେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରୁ ଲାଗିଥିଲା ଲମ୍ବା ଲାଇନ୍ । ଆଉ ଆଜି ଟିକେଟ୍ କାଉଣ୍ଟ ଖୋଲିଲା ବେଳେକୁ ଠେଲାପେଲା, ଧକ୍କାମୁକ୍କା ଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି ।

କଟକ: ଆସନ୍ତା ଜୁନ୍‌ ୧୨ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ସକାଳ ୯ଟାରେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଗତକାଲି ରାତିରୁ ଲାଗିଥିଲା ଲମ୍ବା ଲାଇନ୍ । ଆଉ ଆଜି ଟିକେଟ୍ କାଉଣ୍ଟ ଖୋଲିଲା ବେଳେକୁ ଠେଲାପେଲା, ଧକ୍କାମୁକ୍କା ଭଳି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି ।

 Barabati T20

ଟିକେଟ୍ ପାଇଁ ଠେଲାପେଲା । ମହିଳାଙ୍କ ମଧ୍ୟରେ ମହାଯୁଦ୍ଧ । ଖଣ୍ଡେ ଟିକେଟ୍ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଟଣାଓଟରା । କିଏ ଧାଡି ଭାଙ୍ଗି ଆଗକୁ ମାଡି ଗଲାଣି ତ, କିଏ କାହା ଉପରେ ଚଢି ଗଲାଣି । ସେପଟେ କିଏ କାହାକୁ ଘୋସାରି ଆଣି ବହେ ଛେଚିଲାଣି । ଏମିତି କିଛି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି ବାରବାଟୀ ଟି-20 ଫାଇଟ୍ ପୂର୍ବରୁ ପ୍ରଶଂସକଙ୍କ ମଧ୍ୟରେ ।

ଏକ ସମୟରେ ହଜାର ହଜାର ଲୋକ ଟିକଟ୍ କାଉଣ୍ଟର ଆଡକୁ ମାଡି ଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଉଦ୍ୟମ କରିଥିଲା ମଧ୍ୟ ବିଫଳ ହୋଇଥିଲା । ଠେଲା ପେଲା କରୁଥିବା ଲୋକଙ୍କୁ ପୋଲିସ ମାଡ ମାରଥିଲା । ତେବେ କିଛି ସମୟ ଠେଲାପେଲା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ତେବେ ସାଧାରଣ ଦର୍ଶକଙ୍କ ପାଇଁ ୧୨ ହଜାର ଟିକେଟ ବିକ୍ରି ହେବ । ଗ୍ୟାଲେରୀ ଟିକେଟ ପାଇଁ ୧୦ଟି ଓ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଟିକେଟ ପାଇଁ ୨ଟି କାଉଣ୍ଟର ଖୋଲାଯାଇଛି । ନିଜ ପରିଚୟ ପତ୍ର ଦେଖାଇବା ପରେ ଜଣକ ପିଛା ଦୁଇଟି ଟିକେଟ ମିଳିବ । ଏଥିପାଇଁ ଓସିଏ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

୧୨ ହଜାର ଟିକେଟରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ଟିକେଟ୍ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଣ୍ଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ଟି-୨୦ ମ୍ୟାଚ୍‌ ପାଇଁ ସଜେଇ ହୋଇ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡିୟମ । ଜୁନ୍‌ ୧୨ ତାରିଖରେ ଟି-୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ । ବାରବାଟୀ ମ୍ୟାଚ୍‌ ପରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍‌ ଯଥାକ୍ରମେ ବିଶାଖାପାଟନମ୍‌, ରାଜକୋଟ ଓ ବେଙ୍ଗାଲୁରୁରେ ଖେଳାଯିବ । ଜୁନ୍‌ ୯ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହୋଇ ଜୁନ୍‌ ୧୯ ତାରିଖରେ ଶେଷ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+