Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଟି-20: ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ ନବୀନ

ଏହି ମ୍ୟାଚ ଦେଖିବାକୁ ପଡିଆରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ, ଆଜି ମ୍ୟାଚକୁ ବାରବାଟୀର ବେଲ ବଜାଇ ଶୁଭାରମ୍ଭ କରିବେ ନବୀନ ।

ଭୁବନେଶ୍ୱର: ଆଜି ବାରବାଟୀ ବ୍ୟାଟେଲ । ବାରବାଟୀରେ ବଦଲା ନେବ ଟିମ ଇଣ୍ଡିଆ । ଭାରତ ବନାମ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସରିଜରେ 1-0ରେ ପଛୁଆ ଥିବା ଘରୋଇ ଦଳ ଆଜି ବାରବାଟୀରେ ତାର ଭାଗ୍ୟ ପରୀକ୍ଷା କରିବ । ହଜାର ହଜାର ଦର୍ଶକଙ୍କ ଗହଣରେ ଖେଳାଯିବ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ । ଆଉ ଏହି ମ୍ୟାଚ ଦେଖିବାକୁ ପଡିଆରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen

ମିଳିଥିବା ସୂଚନା ଅନୁସାରେ, ଆଜି ମ୍ୟାଚକୁ ବାରବାଟୀର ବେଲ ବଜାଇ ଶୁଭାରମ୍ଭ କରିବେ ନବୀନ । ଏହାପରେ ପଡିଆକୁ ଓହ୍ଲାଇବେ ଭାରତୀୟ ଦଳ ଓ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକା । ପୂର୍ବରୁ ଏନେଇ ସୂଚନା ଦେଇଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଅନ୍ୟପଟେ ମ୍ୟାଚ ଦେଖିବାକୁ ଆସିଥିବି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମିଶି ବାରବାଟୀରେ ମ୍ୟାଚ ଦେଖିବେ ବୋଲି ସୂଚନା ରହିଛି ।

ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ଦର୍ଶକ ପ୍ରବେଶ କରିବା ଆରମ୍ଭ କରିଛନ୍ତି । ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+