Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଟି-20: ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିସିସିଆଇ ବସ୍

ଆଜି ବାରବାଟୀ ଫାଇଟ୍ ଦେଖିବାକୁ ଓଡିଶା ପହଞ୍ଚିଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ଗାଙ୍ଗୁଲି । ଆଜି ବାରବାଟୀ ଫାଇଟ୍ ଦେଖିବାକୁ ଓଡିଶା ପହଞ୍ଚିଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତେବେ ମ୍ୟାଚ ପୂର୍ବରୁ ଏହା ସୌଜନ୍ୟ ମୁଳକ ସାକ୍ଷାତକାର ହୋଇଛି । ଉଭୟ ମଧ୍ୟ ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବ ।

Barabati T20

ସୂଚନାଥାଉ କି , ଆଜି ଅପରାହ୍ନ ପ୍ରାୟ 3ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଥିଲେ ଗାଙ୍ଗୁଲି। ଦୀର୍ଘ ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଟି-20 ଅନ୍ତର୍ଜୀତାୟ ମ୍ୟାଚ ଫେରିଛି । ଆଉ ଏହି ବହୁ ପ୍ରତିକ୍ଷିତ ମ୍ୟାଚ ଦେଖିବାକୁ ମଧ୍ୟ ପହଞ୍ଚିଛନ୍ତି ବିସିସିଆଇ ବସ୍ ।

ତେବେ ବିସିସିଆଇ ସଭାପତି ଏହି ମ୍ୟାଚ ଦେଖା ଓଡିଶା କ୍ରିକେଟ ଆସୋସିଏନ ପାଇଁ ଅନେକ ଆଶା ଆଣି ଦେଇଛି । ଯାଦି ଆଜି ଖେଳାଯିବାକୁ ଥିବା ମ୍ୟାଚର ସଫଳ ପରିଚାଳନା ହୁଏ । ବୋଧହୁଏ ଆଗାମୀ ଦିନରେ ଆଉ କିଛି ଅନ୍ତର୍ଜାତୀୟ ମ୍ୟାଚ ଓ କିଛି ଆଇପିଏଲ ମ୍ୟାଚ ବାରବାଟୀରେ ଆୟୋଜନ ପାଇଁ ବିସିସିଆଇ ଚିନ୍ତା କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+