Get Updates
Get notified of breaking news, exclusive insights, and must-see stories!

Barabati Stadium: ଆସନ୍ତା ୯ ରେ ବାରବାଟୀରେ ଭାରତ-ଇଂଲଣ୍ଡ ଟି-ଟ୍ବେଣ୍ଟି; ପ୍ରସ୍ତୁତିରେ OCA

ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ମ୍ୟାଚ ହେବ । ପ୍ରସ୍ତୁତିରେ ଲାଗିଛି ଓସିଏ । ଷ୍ଟାଡିୟମକୁ ଖେଳ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ସହ କ୍ରିକେଟ ପ୍ରେମୀଙ୍କ ମନୋରଞ୍ଜନ ପାଇଁ ଷ୍ଟାଡିୟମ ବାହାରେ ବ୍ୟାପକ ଆୟୋଜନ କରାଯିବ ।

ପ୍ରଥମ ଥର ଲାଗି ସତ୍ୟବ୍ରତ ଷ୍ଟାଡିମୟରେ ଏକ ଫ୍ୟାନ୍‌ ପାର୍କ କରାଯିବ । ଏହି ଫ୍ୟାନ୍‌

Barabati Stadium
ପାର୍କରେ ବିଭିନ୍ନ ଷ୍ଟଲରେ ସୁସ୍ବାଦୁ ବ୍ୟଞ୍ଜନ ମିଳିବ । ସେହିପରି କଟକର ପରିଚୟ ତାରକସୀ କାମ ପାଇଁ ଖୋଲିବ ଷ୍ଟଲ । ସେପଟେ ଷ୍ଟାଡିୟମ ଭିତରେ ଉପଯୁକ୍ତ ମୂଲ୍ୟରେ ଦର୍ଶକଙ୍କୁ ଖାଦ୍ୟ ସାମଗ୍ରୀ ପରିବେଶଣ କରାଯିବ ବୋଲି ସୂଚନା ଦେଲେ କ୍ରୀଡ଼ା ମନ୍ତ୍ରୀ ।

ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ ହେଉଛି । ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ପାଖାପାଖି ୪୫ ହଜାର ହୋଇଥିବା ବେଳେ ମ୍ୟାଚ ଦିନ ଯଥେଷ୍ଟ ଅଧିକ ସଂଖ୍ୟକ ଦର୍ଶକ ଓ କ୍ରୀଡାପ୍ରେମୀଙ୍କ ଭିଡ଼ ଷ୍ଟାଡିୟମ ବାହାରେ ଦେଖିବାକୁ ମିଳିଥାଏ । ତେବେ ମ୍ୟାଚ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସେମାନଙ୍କୁ ଉପଯୁକ୍ତ ଆତିଥ୍ୟ ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହି କ୍ରମରେ ପ୍ରଥମ ଥର ଲାଗି ସତ୍ୟବ୍ରତ ଷ୍ଟାଡିମୟରେ ଫ୍ୟାନ୍‌ ପାର୍କ କରାଯିବ। ଏହି ଫ୍ୟାନ୍‌ ପାର୍କରେ ବଡ ବଡ ଏଲିଡି ସ୍କ୍ରିନ ଲାଗିବ ଏବଂ ସେଥିରେ ମ୍ୟାଚର ସିଧା ପ୍ରସାରଣ କରାଯିବ । ଏହା ସହିତ କଟକର ପ୍ରଶିଦ୍ଧ ଦହିବରା ଆଳୁଦମ ଓ ଠୁଙ୍କାପୁରୀ ଭଳି ସୁସ୍ବାଦୁ ବ୍ୟଞ୍ଜନ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ସମଗ୍ରୀ ବିକ୍ରି କରାଯିବ । କେବଳ ସେତିକି ନୁହେଁ କଟକକୁ ସମଗ୍ର ବିଶ୍ବରେ ପରିଚିତ କରାଇ ପାରିଥିବା ତାରକସୀ କାରୁକାର୍ଯ୍ୟର ଷ୍ଟଲ ମଧ୍ୟ ଏହି ପାର୍କରେ ରହିବ ।

ସେପଟେ ଷ୍ଟାଡିୟମ ଭିତରକୁ ଖାଦ୍ୟ ସମଗ୍ରୀ ଓ ପାଣି ବୋତଲ ନେବା ବାରଣ କରାଯାଇଥିବାରୁ ଷ୍ଟାଡିୟମ ଭିତରେ ହିଁ ଏହି ସବୁ ସାମଗ୍ରୀକୁ ଉପଲବ୍ଧ କରାଯିବ । ମ୍ୟାଚ୍‌ ଦେଖିବାକୁ ଆସିଥିବା ଦର୍ଶକମାନଙ୍କୁ ଉପଯୁକ୍ତ ମୂଲ୍ୟର ଉତ୍ତମ ମାନର ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯିବ । ଏବଂ ତାହା ପୁଣି ଉପଯୁକ୍ତ ମୂଲ୍ୟରେ । ଏଥିପାଇଁ ଖାଦ୍ୟ ବିକ୍ରି ଓ ବଣ୍ଟନ ଦାୟୀତ୍ବରେ ଥିବା ଭେଣ୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଉ ଏହି ନିର୍ଦ୍ଦେଶକୁ ସଠିକ ଭାବେ କାର୍ଯ୍ୟକାରୀ କରାଇବା ସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କ୍ରିଡା ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+