'ବାରବାଟୀ'ରେ ଟିକେଟ୍ ପାଇଁ ହଙ୍ଗାମା
Odisha News: ଭାରତ ଇଂଲଣ୍ତ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯେଉଁଥି ପାଇଁ ନାହିଁନଥିବା ଭିଡ଼ ଦେଖିବା ପାଇଁ ମିଳୁଛି । ଟିକେଟ୍ କାଉଁଟର ଖୋଲିବା ପରେ ଧିରେ ଧିରେ ଭିଡ଼ ବଢିବାରେ ଲାଗିଛି । ସେହିପରି ଠେଲାପେଲା ଓ ଭିଡ ଭିତରେ ଅନେକ ଲୋକ ଅଚେତ୍ ହୋଇପଡିଥିବାର ମଧ୍ୟ ଖବର ରହିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯାଇଛି ।

ଟିକେଟ୍ ପାଇଁ ରାଚି ଅଧରୁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ମିଳିପାରୁ ନାହିଁ ଟିକେଟ୍ ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି । ବଢୁଥିବା ଭିଡ ଓ ପ୍ରବଳ ଖରା ଯୋଗୁଁ ଅନେକ ଲୋକଙ୍କ ଚେତା ହରାଇଥିବା ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳୁଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ମଧ୍ୟ ନାକେଦାମ ହୋଇ ପଡିଲାଣି । ଘଟଣାସ୍ଥଳରେ କଟକ ଡିସିପି ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତ ।












Click it and Unblock the Notifications