Barabati Odi IND vs ENG: ବାରବାଟୀ ଷ୍ଟାଡିୟମ ଭିତରକୁ କଣ ସବୁ ବାରଣ ?
ବାରବାଟୀ ମୈଦାନ ପ୍ରସ୍ତୁତ । ୪୦ହଜାରରୁ ଅଧିକ ଦର୍ଶକଙ୍କ ମେଳରେ ଲଢେ଼ଇ କରିବେ ଭାରତ ଏବଂ ଇଂଲଣ୍ଡ ଦଳ। କ୍ରିକେଟପ୍ରେମୀଙ୍କ ଭିତରେ ଉତ୍ସାହ ଭରପୁର। ମ୍ୟାଚ୍ ପୂର୍ବରୁ ଶନିବାର ଭାରତୀୟ ଦଳ ଅଭ୍ୟାସ କରିବାକୁ ବାରବାଟୀକୁ ଆସିବ। ଏହାକୁ ଦେଖିବା ନିମନ୍ତେ ମଧ୍ୟ ଲୋକଙ୍କ ଭିତରେ ଉକ୍ରଣ୍ଠା ପ୍ରକାଶ ପାଇଲାଣି।
ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଦୁଇଟି ଗ୍ୟାଲେରୀ ଖୋଲାଯିବ । ଗ୍ୟାଲେରୀ ନଂ-୫ ଏବଂ ଗ୍ୟାଲେରୀ ନଂ-୬ରେ ବସି ଦର୍ଶକ ଅଭ୍ୟାସ ସେସନ ଦେଖିବେ । ସନ୍ଧ୍ୟା ୫ଟାରେ ଭାରତୀୟ ଦଳ କଟକରେ ପହଞ୍ଚିବ। ରାତି ୮ଟା ପର୍ଯ୍ୟନ୍ତ ଫ୍ଲଡ ଲାଇଟ୍ରେ ଅଭ୍ୟାସ କରିବ।

ଷ୍ଟାଡିୟମ ଭିତରକୁ ବାରଣ
ସୁରକ୍ଷା ଦୃଷ୍ଟିରୁ ସବୁ ଗ୍ୟାଲେରୀ ଓ ପାଭିଲିଅନରେ ପିଇବା ପାଣି ଓ ଶୁଖିଲା ଖାଦ୍ୟ ବିକ୍ରୟ ବ୍ୟବସ୍ଥା ହୋଇଛି। ଦର୍ଶକମାନେ ସାଙ୍ଗରେ କିଛି ଖାଦ୍ୟ କିମ୍ବା ପାନୀୟ ଦ୍ରବ୍ୟ ଆଣିପାରିବେ ନାହିଁ। କୌଣସି ପ୍ରକାର ବାଇନାକୁଲର, ବାଡିରେ ବନ୍ଧା ହୋଇଥିବା ପତାକା, ରେଡିଓ, ଡିଜିଟାଲ କ୍ୟାମେରା, ପାଣି ପାଉଚ, କୌଣସି ପ୍ରକାର ମାଦକଦ୍ରବ୍ୟ, ଗୁଟଖା, ବିଡି, ସିଗାରେଟ, ପାନମସଲା ଓ ଭଙ୍ଗା ହୋଇଥିବା ପାନକୁ ମଧ୍ୟ ବାରଣ କରାଯାଇଛି। ଦର୍ଶକମାନେ ସାଙ୍ଗରେ କେବଳ ମୋବାଇଲ, ଟିକେଟ କିମ୍ବା ପାସ, ନିଜର ଏକ ପରିଚୟପତ୍ର ଆଣିବାକୁ ପୁଲିସ ପରାମର୍ଶ ଦେଇଛି।
ବାରବାଟୀ ମ୍ୟାଚ୍ ପାଇଁ ପାର୍କିଂ ବ୍ୟବସ୍ଥା
ଦୁଇ ପାଶ୍ୱର୍ ରିଂବନ୍ଧ ଦେଇ ଆସୁଥିବା ଗାଡି ପାଇଁ ତଳ ବାଲିଯାତ୍ରା ପଡିଆ, କନିକା ଛକ, ବିଜୁ ପଟ୍ଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆ, ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା କେବଳ ଦୁଇ ଚକିଆ ଗାଡି ପାଇଁ ଦୟାଶ୍ରମ ସାମ୍ନା ପଡିଆ, ଜାଭିୟର ପଡିଆର ପାସ ପାଇଥିବା ବ୍ୟକ୍ତି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ୧୪ ନଂ ଗେଟରେ ଯାଇ ପାର୍କିଂ କରିପାରିବେ। ମାତାମଠ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ପଟୁ ଆସୁଥିବା ପାସଧାରୀ ଗାଡିଗୁଡିକ ବାଉଁଶ ଗଡ଼ା ପର୍ଯ୍ୟନ୍ତ ଆସି ସେଠାରେ ନିର୍ଦ୍ଧାରିତ ପାର୍କିଂସ୍ଥଳରେ ଗାଡି ରଖିପାରିବେ।












Click it and Unblock the Notifications