Assembly Election 2024: ବାରବାଟୀରେ ତ୍ରିମୁଖୀ ଲଢେଇ, କିଏ ଜିଣିଛନ୍ତି ଭୋଟରଙ୍କ ମନ ?
Barabati-Cuttack Assembly Election 2024: ବାଉନ ବଜାର-ତେପନ ଗଳିର ସହର କଟକ । ଏହା ସହ ବ୍ୟବସାୟର ପେଣ୍ଠ ସ୍ଥଳୀ । ରାଜ୍ୟର ଏକ ପ୍ରମୁଖ ସହର ସହ ରାଜ୍ୟ ରାଜନୀତିରେ ରହିଛି ବେଶ୍ ଦବଦବା । ଚଳିତ ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ବାରବାଟୀ-କଟକ ବିଧାନସଭା ଆସନର ଲଢ଼େଇ । ଏହି ଆସନରେ ବିଜେଡିରୁ ପ୍ରକାଶ ବେହେରା, ବିଜେପିରୁ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ କଂଗ୍ରେସରୁ ସୋଫିଆ ଫିର୍ଦୋସ ପ୍ରାର୍ଥୀ ହୋଇଥିଲେ ।

ତିନି ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହୋଇଛି କଡ଼ା ମୁକାବିଲା । ବିଜେଡି ଏହି ଆସନକୁ ପୁଣି ନିଜ ହାତକୁ ଫେରାଇ ଆଣିବାକୁ ପ୍ରସ୍ତୁତ କରିଥିଲା ରଣନୀତି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଚେହେରା ଓ ବିଜେଡିର ବିଭିନ୍ନ ଜନାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ମନ ଜିଣିବାକୁ ପ୍ରୟାସ କରୁଛନ୍ତି ପ୍ରକାଶ । ସେହିଭଳି 2019 ରେ ନିର୍ବାଚିତ ବିଧାୟକଙ୍କ ଝିଅ ସୋଫିଆ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇ ପୁଣି କଂଗ୍ରେସ ଖାତାରେ ବାରବାଟୀକୁ ରଖିବାକୁ କରିଛନ୍ତି ଅକ୍ଳାନ୍ତ ପରିଶ୍ରମ । ଅପରପକ୍ଷରେ ବିଜେପିର ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମ୍ୟାଜିକରେ କିଛି କମାଲ କରିବା ଲକ୍ଷ୍ୟରେ ରହିଥିଲେ ଡା. ମହାପାତ୍ର ।
ବାରବାଟୀ-କଟକ ଆସନର ଇତିହାସ ଦେଖିଲେ ଏହି ନିର୍ବାଚନ ମଣ୍ଡଳୀର ମୁଡ଼ ଏକ ଭିନ୍ନ ସନ୍ଦେଶ ଦେଉଛି । 1985 ଓ 1990 ନିର୍ବାଚନରେ ଏହି ଆସନରୁ ଜନତା ଦଳ ପ୍ରାର୍ଥୀ ସୟଦ ମୁସ୍ତାଫିଜ ଅହମଦ ବିଜୟୀ ହୋଇଥିଲେ । 1995, 2000 ଓ 2004 ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ସମୀର ଦେ ବିଜୟୀ ହୋଇଥିଲେ । 2009 ଓ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଜୟୀ ହୋଇଥିଲେ ।
2019 ନିର୍ବାଚନରେ କିନ୍ତୁ ଅଙ୍କ ବିଗାଡ଼ିଥିଲେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମୋକିମ 50,244 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ 48,101 ଖଣ୍ଡ ଭୋଟ ଓ ବିଜେପି ପ୍ରାର୍ଥୀ ସମୀର ଦେ 33, 825 ଖଣ୍ଡ ଭୋଟ ପାଇଥିଲେ । ସେହିପରି 2014 ରେ ବିଜେଡି ପ୍ରାର୍ଥୀ ଦେବାଶିଷ 57 ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମୋକିମ 43 ହଜାରରୁ ଅଧିକ ଭୋଟ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ 20 ହଜାରରୁ ଅଧିକ ଭୋଟ ପାଇଥିଲେ ।
ଏଥି ମଧ୍ୟରେ ଚଳିତ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ବେଶ୍ ରୋଚକ ହେବା ନେଇ ଆଶା କରାଯାଉଛି । କିଛି ଦିନ ପୂର୍ବରୁ ବିଜେଡ଼ି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଦେଇ ସାରିଥିବା ବେଳେ ବିଜେପି ବିଳମ୍ବରେ ସାମିଲ ହୋଇଥିଲା । ବିଜେପି ଏହି ଆସନରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ୍ ଦେଇଛି । ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । ସେହିପରି ବିଜେଡ଼ି ଆମଦାନୀ ନେତା ତଥା ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଛି । ଅପରପକ୍ଷରେ କଂଗ୍ରେସ ବର୍ତ୍ତମାନର ବିଧାୟକ ମହମ୍ମଦ ମୋକ୍କିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ ଟିକେଟ୍ ଦେଇ ପୁଣି ଏହି ଆସନ ହାତେଇବା ଲକ୍ଷ୍ୟ ରଖିଥିଲା ।
ସୋଫିଆ ଓ ଡାକ୍ତର ମହାପାତ୍ର ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା । କିନ୍ତୁ ସୋଫିଆଙ୍କ ପାଇଁ ବିଧାୟକ ମହମ୍ମଦ ମୋକିମ ପ୍ରଚାର କରିବା ସହ ପରୋକ୍ଷରେ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଥିଲା । ତେଣୁ ବାରବାଟୀ-କଟକ ଭୋଟର ଏଥର ସଂପୂର୍ଣ୍ଣ ଭାବେ ତିନି ନୂଆ ଚେହେରାଙ୍କ ମଧ୍ୟରୁ ନିଜର ନେତା ବାଛିବେ ।
ବିଜେଡ଼ି ପ୍ରାର୍ଥୀ ପ୍ରକାଶ ବେହେରା ଯଦିଓ ରାଜନୀତିରେ ପୁରୁଣା ଖେଳାଳି । ସେ ପୂର୍ବରୁ କଂଗ୍ରେସ ଆଉ ବିଜେପିରେ ରହି ସାଲେପୁରରେ ଭାଗ୍ୟ ପରୀକ୍ଷା କରୁଥିଲେ । ବାରବାଟୀ-କଟକ ସହ ବିଜେଡ଼ିରେ ସେ ନୂଆ ।
ଗତ କିଛି ବିଧାନସଭା ନିର୍ବାଚନକୁ ଦେଖିଲେ ଏହି ଆସନରେ ବିଜୟୀ ହୋଇଆସୁଥିବା ପ୍ରାର୍ଥୀ 50 ହଜାରରୁ ଅଧିକ ଭୋଟ୍ ହାସଲ କରିଛନ୍ତି । ମୁଖ୍ୟତଃ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ହେଉଥିବା ଲଢେଇରେ ଏଥର ବିଜେପି କଡ଼ା ଟକ୍କର ଦେଇପାରେ ବୋଲି ମଧ୍ୟ କୁହାଯାଉଛି । ପ୍ରାର୍ଥୀ ନୂଆ ହେଲେ ବି ତିନି ଦଳର ନିଜ ନିଜର ଭୋଟ୍ ବ୍ୟାଙ୍କ ରହିଛି । ସେହି ଭୋଟ୍ କୁ ନେଇ କେଉଁ ପ୍ରାର୍ଥୀ କେମିତି ମ୍ୟାନେଜ୍ କରିବେ ତା ଉପରେ ନିର୍ବାଚନର ଫଳାଫଳ ନିର୍ଭର କରିବ ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications