୨୪, ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ରହିଲା ସ୍ଥଗିତ
ବନ୍ଦ ହେବ ନାହିଁ ବ୍ୟାଙ୍କ । ସ୍ଥଗିତ ରହିଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ । ୨୪ ଓ ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଲା ।
୯ ଦଫା ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ୟୁବି) ପକ୍ଷରୁ ଦିଆଯାଇଥିବା ୨ଦିନିଆ ବ୍ୟାଙ୍କ ଧର୍ମଘଟକୁ ଶୁକ୍ରବାର ସ୍ଥଗିତ କରି ଦିଆଯାଇଛି।

ଆସନ୍ତା ୨୩ ତାରିଖ ମଧ୍ୟରାତ୍ରରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। CLC ସହ ଆଲୋଚନା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ୟୁଏଫ୍ୟୁବ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।












Click it and Unblock the Notifications