ସଂକ୍ରମଣ ପାଇଁ ବଦଳିଲା ବ୍ୟାଙ୍କିଂ ସମୟ
ରାଜ୍ୟରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରଯାଇଛି । ଏଣିକି ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ କେବଳ ଗ୍ରାହକ ସେବା ଉପଲବ୍ଧ ହେବ ।
ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରଯାଇଛି । ଏଣିକି ସକାଳ ୧୦ଟାରୁ ଅପରାହ୍ନ ଦିନ ୨ଟା ଯାଏଁ କେବଳ ଗ୍ରାହକ ସେବା ଉପଲବ୍ଧ ହେବ । ଦିନ ଦୁଇଟା ପରେ ବ୍ୟାଙ୍କରେ ମିଳିବନି ଗ୍ରାହକ ସେବା । ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ଏହି ନୂଆ ସମୟ ।

ନୂଆ ସମୟ ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର ନିର୍ଦ୍ଦେଶ ରହିଛି । ବ୍ୟାଙ୍କର ଶାଖାଗୁଡ଼ିକ ରୋଟେସନ ଆଧାରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସବୁ ଜିଲ୍ଲାରେ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ ଶନିବାର ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଥିବା ଯୋଗୁଁ ବ୍ୟାଙ୍କ ଶାଖା ଗୁଡ଼ିକ ବନ୍ଦ ରହିବ ।
ସେପଟେ ଆସନ୍ତା ମେ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ତେଣୁ ଆପଣମାନେ ସମସ୍ତ ଅର୍ଥ ସମ୍ପର୍କୀତ କାର୍ଯ୍ୟ ଆଗୁଆ ସାରିଦିଅନ୍ତୁ । ମେ ମାସ ୧ ତାରିଖ ଦିନ ଶ୍ରମିକ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ୨ ତାରିଖ ରବିବାର ପଡ଼ୁଛି । ସେହିପରି ମେ ମାସରେ ଉତ୍ସବ ଓ ପର୍ବପର୍ବାଣି ପାଇଁ ୫ ଦିନ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୮ ଓ ୨୨ରେ ମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।












Click it and Unblock the Notifications