Get Updates
Get notified of breaking news, exclusive insights, and must-see stories!

Bank Holidays in June: ଜୁନ ମାସରେ ବ୍ୟାଙ୍କ୍ ଏତିକି ଦିନ ବନ୍ଦ

ଅଳ୍ପ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଜୁନ ମାସ। ଯଦି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ କିଛି କାମ ଅଛି, ତେବେ ଏହା ଜାଣିବା ଜରୁରୀ ଯେ; କେଉଁ କେଉଁ ଦିବ ବ୍ୟାଙ୍କ ରହିବ ବନ୍ଦ। ମାସ ଆରମ୍ଭ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରେ ବ୍ୟାଙ୍କ ହଲିଡେ।

ଆରବିଆଇ ଅନୁଯାୟୀ, ଜୁନ ମାସରେ ସମୁଦାୟ ୧୩ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଆପଣଙ୍କ ସହରରେ କେଉଁ-କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ, ଆସନ୍ତୁ ଜାଣିବା..

Bank Holidays in June Banks will be closed on these days in June

ଜୁନ ଆରମ୍ଭରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ:
-୧ ଜୁନ ୨୦୨୫, ରବିବାର
-୬ ଜୁନ ୨୦୨୫, ଶୁକ୍ରବାର ଦିନ ଇଦ ଉଲ ଅଧା ଅବସରରେ ତିରୂବନ୍ତପୁରମ ଏବଂ କୋଚ୍ଚିରେ ବନ୍ଦ ରହିବ ବ୍ୟାଙ୍କ।

୭ ଜୁନରେ କେଉଁଠି ବନ୍ଦ ରହିବ ରହିବ ବ୍ୟାଙ୍କ: ଶନିବାର ଦିନ ବକରୀଦ ଇଲ ଉଲ ଜୁହା ଅବସରରେ ଅଗରତାଲା, ଆଇଜୋଲ, ବେଲାପୁର, ବେଙ୍ଗଲୁରୁ, ଆନ୍ଧ୍ରପ୍ରଦେଶ, ଭୋପାଲ, ହାଇଦ୍ରାବାଦ, ଭୁବନେଶ୍ୱର, ତେଲେଙ୍ଗାନା, ପଣଜୀ, ପାଟଣା, ରାୟପୁର, ଇମ୍ଫାଲ, ଚଣ୍ଡିଗଡ଼, ଜୟପୁର, ଚେନ୍ନାଇ, ଜମ୍ମୁ, ହାଇଦ୍ରାବାଦ, କାନପୁର, କୋହିମା, କୋଲକାତା, ଲକ୍ଷ୍ନୌ, ଦେହରାଡୁନ, ମୁମ୍ବାଇ, ନାଗପୁର, ଗୋହ୍ୱାଟୀ, ନୂଆଦିଲ୍ଲୀ, ଶିମଲା, ଶ୍ରୀନଗର, ରାଞ୍ଚି ଏବଂ ଶିଲାଂଗରେ ବ୍ୟାଙ୍କ ବନ୍ଦ ରହିବ।

-ସାପ୍ତାହିକ ଛୁଟି ଯୋଗୁଁ ଜୁନ 8, ରବିବାର ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
-ଶ୍ରୀ ଗୁରୁ ଅର୍ଜୁନ ଦେବଙ୍କ ସହିଦ ଦିବସ ଅବସରରେ ଜୁନ୍ ୧୦, ମଙ୍ଗଳବାର ଦିନ ପଞ୍ଜାବରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
-ସନ୍ଥ ଗୁରୁ କବୀର ଜୟନ୍ତୀ ଅବସରରେ ଜୁନ୍ ୧୧, ବୁଧବାର ଦିନ ଗ୍ୟାଙ୍ଗଟକ୍ ଏବଂ ସିମଲାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
-ଜୁନ୍ ୧୪ ତାରିଖ ଶନିବାର ମାସର ଦ୍ୱିତୀୟ ଶନିବାର ହେବ ଏବଂ ଏହି ଅବସରରେ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
-୧୫ ଜୁନ୍, ରବିବାର ସମସ୍ତ ବ୍ୟାଙ୍କରେ ସାପ୍ତାହିକ ଛୁଟି ରହିବ।
-ସାପ୍ତାହିକ ଛୁଟି ଯୋଗୁଁ ଜୁନ୍ ୨୨, ରବିବାର ଦିନ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
-ରଥଯାତ୍ରା/କଙ୍ଗ ରଥଯାତ୍ରା ଉପଲକ୍ଷେ ଜୁନ ୨୭, ଶୁକ୍ରବାର ଦିନ ଇମ୍ଫାଲ ଏବଂ ଭୁବନେଶ୍ୱରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
-ମାସର ଚତୁର୍ଥ ଶନିବାର ଉପଲକ୍ଷେ ଜୁନ୍ ୨୮ ତାରିଖ ଶନିବାର ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
-ଜୁନ୍ ୨୯, ରବିବାର ଦିନ ସାପ୍ତାହିକ ଛୁଟି ହେତୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
-ସୋମବାର, ଜୁନ୍ 30 ତାରିଖରେ ଆଇଜଲରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+