Assembly Elections 2024: ଦାଦା-ପୁତୁରା ପରେ ବାଙ୍ଗିରିପୋଷି ଦେଖିବ ନଣନ୍ଦ-ଭାଉଜ ଲଢେଇ

Assembly Elections 2024: ଗତ ବିଧାନସଭା ନିର୍ବାଚନ 2019 ରେ ମୁହାଁମୁହିଁ ହୋଇଥିଲେ ଦାଦା-ପୁତୁରା । ଦାଦାଙ୍କୁ ଚକମା ଦେଇ ବାଜି ମାରିନେଇଥିଲେ ପୁତୁରା । କିନ୍ତୁ ଏଥର ଚିତ୍ର ଅଲଗା । ଦାଦାଙ୍କ ଝିଅ ସହ ଲଢିବେ ପୁତୁରା ବୋହୂ । ଏମିତି ଏକ ରୋଚକ ଲଢେଇ ଦେଖିବାକୁ ମିଳିବ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ।

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଏଥର ହେବେ ନଣନ୍ଦ-ଭାଉଜ ଲଢେଇ । ପୁଣି ସାମ୍ନାସାମ୍ନି ହେବେ ଦୁଇ ସଂପର୍କୀୟ ପରିବାର । 2019 ନିର୍ବାଚନରେ ଏହି ଆସନରୁ ଦାଦା-ପୁତୁରା ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ହେଲେ ବାଜି ମାରିନେଇଥିଲେ ପୁତୁରା । ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଦାଦା ସୁଗଦା ମୁର୍ମୁ । ତାଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଥିଲେ ବିଜେଡିର ପ୍ରାର୍ଥୀ ତଥା ପୁତୁରା ସୁଦାମ ମାରାଣ୍ଡି । ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ବି 11 ହଜାରରୁ ଅଧିକ ଭୋଟ୍‌ରେ ବାଜି ମାରି ନେଇଥିଲେ ସୁଦାମ ।

Bangriposi Assembly Election 2024

କିନ୍ତୁ ଏଥର ଲଢେଇ ଆହୁରି ରୋଚକ ହୋଇଛି । ଏହି ଆସନରୁ ଦୁଇ ଦଳ ମହିଳା କାର୍ଡ ଖେଳିଛି । ବିଜେପି ସୁଗଦାଙ୍କ ଝିଅ ସଞ୍ଜଲି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେଡି ସୁଦାମଙ୍କ ପତ୍ନୀ ରଞ୍ଜିତାଙ୍କୁ ମଇଦାନକୁ ଛାଡ଼ିଛି । ବ୍ୟକ୍ତିଗତ ସମ୍ପର୍କରେ ସଞ୍ଜଲିଙ୍କ ଭାଉଜ ହେବେ ରଞ୍ଜିତା । ଦୁହେଁ ନଣନ୍ଦ-ଭାଉଜ ରାଜନୀତିରେ ନୂଆ । କିନ୍ତୁ ବାପା-ସ୍ୱାମୀଙ୍କ ଭୋଟ୍ ବ୍ୟାଙ୍କକୁ ନେଇ ଉଭୟ ବେଶ୍ ଉତ୍ସାହିତ ଅଛନ୍ତି । ସଞ୍ଜଲି ଉଚ୍ଚଶିକ୍ଷତା ଓ ଯୁବ ଆଦିବାସୀ ଚେହେରା ହୋଇଥିବାରୁ ବିଜେପି, ତାଙ୍କ ଉପରେ ଭରସା କରିଛି । ସେହପରି ଶିକ୍ଷୟିତ୍ରୀ ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ରଞ୍ଜିତା ସ୍ୱାମୀ ସୁଦାମଙ୍କ ଲୋକପ୍ରିୟତା ଉପରେ ଭରସା କରିଛନ୍ତି ।

ବିଜେଡିକୁ ବଳ ଦେବ ସୁଦାମଙ୍କ ଭୋଟ୍

ବାଙ୍ଗିରିପୋଷି ଆସନରୁ 2014 ଓ 2019 ରେ ଦୁଇ ଦୁଇ ଥର ସୁଦାମ ମାରାଣ୍ଡି ବିଧାୟକ ନିର୍ବାଚିତ ହୋଇଥିଲେ । ଏଥର ଦଳ ତାଙ୍କୁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଆଗକୁ ଆଣିଛି । ତାଙ୍କ ସ୍ଥାନରେ ସ୍ତ୍ରୀ ରଞ୍ଜିତା ମାରାଣ୍ଡି ପାଇଛନ୍ତି ଟିକେଟ୍ । ରଞ୍ଜିତା ପ୍ରଥମେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ବିଜୟ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ପାଖାପାଖି ଚାରି ମାସ ହେବ ସେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିଲେ । ପରେ ସେ ରାଜନୀତିକୁ ଆସିଥିଲେ । ବିଜେଡ଼ି ଦଳରେ ଯୋଗଦାନ କରିବା ସହିତ ପ୍ରଥମ ଥର ରାଜନୀତିରେ ପାଦ ଥାପିଛନ୍ତି ।

ରଞ୍ଜିତାଙ୍କ ଉପରେ ଦଳ ଭରସା କରିବା ସହ ମହିଳା କାର୍ଡ ଖେଳିଛି । ଦଳ ମହିଳଆ ଭୋଟ୍ ହାତେଇବାରେ ବେଶ୍ ସଫଳ ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି
ବିଜେଡି ଗଡ଼ରେ କେତେଦୂର ସଫଳ ହେବ ବିଜେପି?

ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିର ଗଡ଼ ରହିଛି ବାଙ୍ଗିରିପୋଷି ଆସନ । 2004 ନିର୍ବାଚନ ଠାରୁ ବିଜେଡି ବାଜି ମାତ୍ କରିଆସୁଥିବା ବେଳେ ଗତ ଦୁଇ ନିର୍ବାଚନ 2014 ଓ 2019 ରେ ବିଜେପି କଡ଼ା ଟକ୍କର ଦେଇଛି । ବିଜେପିର ଭୋଟ୍ ମଧ୍ୟ ବେଶ୍ ବୃଦ୍ଧି ପାଇଛି । ତେବେ ନୂଆ ପ୍ରାର୍ଥୀଙ୍କୁ ଭୋଟର କେତେଦୂର ଭରସା କରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ବିଜେଡି ର ଯଦିଓ ନିଜସ୍ୱ ଭୋଟ୍ୟ ବ୍ୟାଙ୍କ ରହିଛି, କିନ୍ତୁ ଗତ ନିର୍ବାଚନକୁ ଦେଖିଲେ ବିଜେପି ମଧ୍ୟ ଜୋରଦାର ଫାଇଟ୍ ଦେଇପାରେ । ଏଭଳି ପରିସ୍ଥିତିରେ ପାରିବାରବାଦ ରାଜନୀତି ଆଉ ଏକ ପ୍ରସଙ୍ଗ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଉଭୟ ଦଳ ପରିବାରବାଦକୁ ପ୍ରଶ୍ରୟ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଜେଏମ୍ଏମ୍ ଏବଂ କଂଗ୍ରେସ । ତେବେ ଏହି ପ୍ରସଙ୍ଗରେ ବିରୋଧୀ କେତେ ସଫଳ ହେବେ ତାହା ନିର୍ବାଚନ ଫଳାଫଲ ସ୍ପଷ୍ଟ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+