Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶୀ ଲିଙ୍କ୍‌; ସିକନ୍ଦର ଆଲାମ ଗିରଫ, ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ

ଜଗତସିଂହପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଆସାମୀ ଗିରଫ । ମୁଖ୍ୟ ଆସାମୀ ସିକନ୍ଦର ଆଲାମକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସ । ସିକନ୍ଦରକୁ ଗିରଫ ସହ ତା ପାଖରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ ।

Bangladeshi

ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଯେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା । ଜଗତସିଂହପୁର ଥାନା ଅଞ୍ଚଳ ବେହେରାମପୁର ବସ୍ତିରେ ଅନେକ ବାଂଲାଦେଶୀ ଙ୍କ ଘରେ ବୁଲଡୋଜର ଚଢାଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ରହି ଅନେକ ବାଂଲାଦେଶୀଙ୍କୁ ଆଣିବାରେ ସାହାଯ୍ୟ କରିଥିଲା । ଆଜି ସିକନ୍ଦର ଗିରଫ ପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି କୁହଯାଉଛି । ଘଟଣା ପରେ ଜଗତ୍ସିଂହପୁର ସମେତ କେନ୍ଦ୍ରାପଡ଼ା , ଭଦ୍ରକ , ଯାଜପୁର , ବାଲେଶ୍ବର ଜିଲାରେ ବାଂଲାଦେଶୀ ଯାଞ୍ଚ କରୁଛି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+