ଆଉ ପଶି ପାରିବେ ରାଜ୍ୟ ଭିତରକୁ ବାଂଲାଦେଶୀ ଅନୁପ୍ରବେଶକାରୀ, ସଜାଗ ହେଲା ପ୍ରଶାସନ

ବାଂଲାଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ଦେଶରୁ ବିତାଡିତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏବେ ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନେଉଛି ପୋଲିସ ପ୍ରଶାସନ । ସମୁଦ୍ର କୂଳିଆ ଅଞ୍ଚଳରେ କଡା ସୁରକ୍ଷା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ କରୁଛି । ଗୋପାଳପୁର, ପାତିସୋନପୁର, ଆର୍ଯ୍ୟପଲ୍ଲୀ ପ୍ରମୁଖ ସମୁଦ୍ରକୂଳିଆ ସ୍ଥାନ ଗୁଡିକରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

Bangladeshi infiltrators

ସେପଟେ ଦେଶର ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ବିତାଡିତ କରିବାକୁ ସଚେତନ ନାଗରିକ ନିବେଦନ କରିଛନ୍ତି । ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୁଦ୍ର ତଟରେ ପାଟ୍ରୋଲିଂ କରିବା ସହ କୂଳରେ ଲାଗୁଥିବା ଡ଼ଙ୍ଗାକୁ ଯାଞ୍ଚ କରାଯାଉଛି । ଅଜଣା ବ୍ୟକ୍ତି ଧରାପଡ଼ିଲେ ସଙ୍ଗେ ସଙ୍ଗେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଉଛୁ ବୋଲି ତଟ ସୁରକ୍ଷା କର୍ମଚାରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+