ଅଶାନ୍ତ ବାଂଲାଦେଶ, ହାଇ ଆଲର୍ଟରେ ଓଡ଼ିଶା; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଜଣ ଅଛନ୍ତି ବାଂଲେଦେଶୀ ?
ଅସ୍ଥିର ବାଂଲାଦେଶ, ହାଇ ଆଲର୍ଟରେ ଓଡ଼ିଶା । ସମୁଦ୍ରରେ କଡ଼ା ପହରା ଓ ପାଟ୍ରୋଲିଂ ବୋଟ୍ର ଘନ ଘନ ପଇଁତରା । ଜଳପଥ ଓ ସ୍ଥଳପଥରେ ତନାଘନା ଓ ପଚରାଉଚରା। ଜଳପଥରେ ସନ୍ଦିଗ୍ଧଙ୍କ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ ।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯେତେ ବଢ଼ୁଛି, ଓଡ଼ିଶାରେ ଚିନ୍ତା ସେତିକି ବଢୁଛି । ସମୁଦ୍ର ପଥ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଆସିବାର ଆଶଙ୍କା ବଢ଼ିବାରେ ଲାଗିଛି ।
ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ ଅପରାଧୀ ଓ ଅସାମାଜିକ ତତ୍ତ୍ୱ ବି ଜଳପଥ ଦେଇ ଭାରତ ଆସିବାର ଆଶଙ୍କା ରହିଛି।
ଗତବର୍ଷ ତଥ୍ୟ କହୁଛି ରାଜ୍ୟରେ ବର୍ତ୍ତମାନ ସମୁଦାୟ ୧,୫୭,୪୩୨ ଜଣ ବାଂଲାବେଶୀ ଶରଣାର୍ଥୀ(ରୋହିଙ୍ଗିଆ) ବିଭିନ୍ନ ଜିଲ୍ଲାରେ ରହିଛନ୍ତି ।

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବାଂଲେଦେଶୀ
- ଅନୁଗୁଳରେ -୧୫ ଜଣ
- ବାଲେଶ୍ୱରରେ - ୭୫ ଜଣ
- ଭଦ୍ରକରେ-୨୦୦ ଜଣ
- ଯାଜପୁରରେ-୩୭୯ ଜଣ
- କଲାହାଣ୍ଡିରେ -୯୦ ଜଣ
- କେନ୍ଦ୍ରାପଡାରେ - ୪୪୧ ଜଣ
- ଖୋର୍ଦ୍ଧାରେ - ୪୬୫୩ ଜଣ
- କୋରାପୁଟରେ -୧୯୪ ଜଣ
- ମାଲକାନାଗିରିରେ - ୧,୦୪,୨୩୩ ଜଣ
- ନବରଙ୍ଗପୁରରେ - ୪୬,୮୪୮ ଜଣ
- ରାୟଗଡାରେ - ୩୦୪ ଜଣ
ଏହା ବ୍ୟତିତ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି। ବରଗଡରେ -୦୨ ଜଣ, ଭଦ୍ରକ -୧୯୯ ଜଣ, କେନ୍ଦ୍ରାପଡାରେ-୧୬୪୯ ଜଣ, ଖୋର୍ଦ୍ଧା (ଭୁବନେଶ୍ୱର) ରେ -୧୭ ଜଣ, ଜଗତସିଂହପୁର -୧୧୧୨ ଜଣ, ମାଲକାନାଗିରିରେ-୬୫୫ ଓ ନବରଙ୍ଗପୁର-୧୦୬ ଜଣ ବସବାସ କରୁଛନ୍ତିI
ସେପଟେ ହିଂସାଗ୍ରସ୍ତ ବାଂଲାଦେଶରେ ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖିଆ ଭାବେ ନିୟୋଜିତ କରାଯାଇଛି । ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ସେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ୱସ୍ତ କରିଛନ୍ତି ।












Click it and Unblock the Notifications