ବଣ୍ଡାଘାଟିର ପୁଅ ବନିବେ ଡାକ୍ତର: ମଙ୍ଗଳା ମୁଦୁଲିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି । ସମଗ୍ର ବଣ୍ଡା ଜନଜାତି ସମ୍ପ୍ରଦାୟର ଟେକ ରଖିଥିବାରୁ ଏହାକୁ ନେଇ ବଣ୍ଡାଘାଟିରେ ଖୁସି କହିଲେ ନସରେ ।

ବଣ୍ଡାଘାଟିର ଏହି ସଫଳ ଛାତ୍ରଙ୍କ ସଫଳତା ପଛରେ ରହିଛି ଜଣେ ଶିକ୍ଷକଙ୍କ ହାତ । ଯାହାଙ୍କ ସାହାଯ୍ୟ ଓ ସହଯୋଗରେ ବଣରେ ବଣ ମଲ୍ଲୀର ମହକ ନରହି ଏବେ ବାହାରକୁ ମହକିଛି ।ଗତକାଲି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।

mangala Muduli

ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଏକ ଲାପଟପ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପହାର ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଆଶୀର୍ବାଦ କରି କହିଥିଲେ ଯେ ବଣ୍ଡା ସମାଜର ପ୍ରଥମ ଡାକ୍ତର ଭାବେ ଭଲ ପାଠ ପଢି, ଭଲ ଡାକ୍ତର ହୋଇ ତୁମ ଅଞ୍ଚଳବାସୀଙ୍କର ସେବା କର। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଦୃଢ ଇଚ୍ଛା ଶକ୍ତି ଆଗରେ ଆର୍ଥିକ ଅନଟନ ଓ ଅଭାବ ଅସୁବିଧା ସବୁକିଛି ହାର୍‌ ମାନିଥାଏ। ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଙ୍ଗଳା ମୁଦୁଲି।

ମଙ୍ଗଳାଙ୍କ ମେଡିକାଲ ପାଠ୍ୟକ୍ରମ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ମଙ୍ଗଳାଙ୍କ ପରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଗରିବ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସେମାନଙ୍କ ପାଠପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହଯୋଗ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।

ମଙ୍ଗଳାଙ୍କ ସଫଳତା ପଛରେ ଶିକ୍ଷକଙ୍କ ମହତ ଅବଦାନ:

ଛାତ୍ରଛାତ୍ରୀଙ୍କ ଜୀବନରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକର ପ୍ରଦୀପ ଜଳାନ୍ତି ଗୁରୁ । ଯାହା କରି ଦେଖାଇଛନ୍ତି ଶିକ୍ଷକ ଉତ୍କଳ କେଶରୀ ଦାସ । ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ଭଲ ପାଆନ୍ତି । ତାଙ୍କୁ ଶିକ୍ଷାଦାନ କରୁଥିବା ବଣ୍ଡାଘାଟିର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ ପ୍ରଥମେ ମଙ୍ଗଳାଙ୍କ ଜ୍ଞାନକୁ ଚିହ୍ନି ପାରିଥିଲେ । ମଙ୍ଗଳା ବିଦ୍ୟାଳୟରେ ପ୍ରଥମ ହେବା ସହ ସମସ୍ତ ବିଷୟରେ ପାରଙ୍ଗମ ଥିଲେ । ଉତ୍କଳ କେଶରୀ ତାଙ୍କୁ ନିଜର ଉଦ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଯୁକ୍ତ ଦୁଇ ସରିବା ପରେ ପରେ ସେ କିପରି ଡାକ୍ତର ବନିବେ ଏବଂ ନିଜ ଅଞ୍ଚଳର ବଣ୍ଡା ସଂପ୍ରଦାୟର ଲୋକଙ୍କୁ ସହଯୋଗ କରିବେ ତାହା ବୁଝାଇଥିଲେ । ତେଣୁ ତାଙ୍କୁ ବାଲେଶ୍ବର ନେଇ ଇରୋଡାଭ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କଲେ । ତାଙ୍କ ଉଦ୍ୟମରେ ଏବଂ ସହଯୋଗରେ ମଙ୍ଗଳା ଡାକ୍ତର ବନିବାକୁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+