ଆକ୍ସନ ମୋଡ୍ରେ ବାଣୀବିହାର କର୍ତ୍ତୃପକ୍ଷ, ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍
ଆକ୍ସନରେ ବାଣୀବିହାର କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି।

ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ ଏବଂ ୧ ନମ୍ବର ହଷ୍ଟେଲର ୧୯ ରୁମ ସିଲ୍ କରାଯାଇଛି। ସେହିପରି ୧ ନମ୍ବର ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ସଲ୍ କରାଯାଇଥିବା ଜଣାପଡିଛି। ଏଣିକି ପୋଲିସ ହଷ୍ଟେଲ ଜଗିବେ। ଆଇକାର୍ଡ ଦେଖାଇ ପିଲା ଭିତରକୁ ଯିବେ ବୋଲି ଜଣାପଡିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବିଦା କରିବା ପାଇଁ ଛାତ୍ରାବାସଗୁଡିକରେ ମୋମବାର କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଥିଲା। ଚଢାଉ ବେଳେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଣଛାତ୍ରଙ୍କ କବଜାରେ ଥିବା ରୁମ୍ଗୁଡିକର ତାଲା ଭାଙ୍ଗି ସିଲ୍ କରାଯାଇଥିଲା। ଏନେଇ ୟୁନିଭର୍ସିଟି କ୍ୟାମ୍ପସ ଭିତରେ ଏକକାଳୀନ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ୫ଜଣ ACP, ୪ଜଣ IIC ଏବଂ ୧୩ SI ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା।












Click it and Unblock the Notifications