Get Updates
Get notified of breaking news, exclusive insights, and must-see stories!

ଆଜି ମହାପ୍ରଭୁଙ୍କର ବନକଲାଗି, ୫ଘଣ୍ଟା ଶ୍ରୀବିଗ୍ରହଙ୍କ ସାଧାରଣ ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ । ତେବେ ମହାବାହୁଙ୍କ ଏହି ନୀତି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ନେଇ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Puri Lord Jagannath Temple

ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ । ଦ୍ବିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ସମ୍ପନ୍ନ ହୋଇ ମହାସ୍ନାନ ନୀତି ବଢ଼ିଲେ ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ମନା । ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ବନକଲାଗି ପାଇଁ ଠାକୁରଙ୍କ ଦର୍ଶନ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+